ବନବାସ ସମୟରେ ଏହି ୧୭ଟି ସ୍ଥାନ ବୁଲିଥିଲେ ପ୍ରଭୁ ଶ୍ରୀରାମ

ନୂଆଦିଲ୍ଲୀ: ଭଗବାନ ଶ୍ରୀରାମଙ୍କ ନଗରି ଭାବେ ପରିଚିତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଆରମ୍ଭ ହୋଇଛି। ଏହି ବିଶେଷ ଏବଂ ଐତିହାସିକ ମୁହୂର୍ତ୍ତକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ ଦେଶବାସୀ। ତେବେ ଭଗବାନ ଶ୍ରୀରାମ ବନବାସ ଲାଗି କେଉଁ ରାସ୍ତା ଦେଇ ଯାଇଥିଲେ ତାହା ଅନେକଙ୍କୁ ଅଜଣା। ବିଭିନ୍ନ ରାଜ୍ୟର ସରକାର ଏବେ ସେହି ରାସ୍ତାଗୁଡ଼ିକର ବିକାଶ କରିବାକୁ ଯୋଜନା ଆରମ୍ଭ କରିଛନ୍ତି। କୁହାଯାଉଛି ଭଗବାନ ଶ୍ରରାମ ୧୭ଟି ରାସ୍ତା ଦେଇ ବନବାସକୁ ଯାଇଥିଲେ। ଏହି ସମସ୍ତ ରାସ୍ତା(ରାମ ବନ ଗମନ ପଥ)କୁ ସଂଯୋଗ କରାଯାଇ ଏକ କରିଡର ନିର୍ମାଣ କରିବାକୁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାର ସଙ୍କଳ୍ପ କରିଥିବା ସୂଚନା ମିଳିଛି। ଆସନ୍ତୁ ଜାଣିବା ସେହି ରାସ୍ତାଗୁଡ଼ିକ ବିଷୟରେ :-

ତମସା ନଦୀ: ଅଯୋଧ୍ୟାଠାରୁ ୨୦ କିଲୋମିଟର ଦୂରରେ ରହିଛି ତମସା ନଦୀ। ଏଠାରେ ପ୍ରଭୁ ଶ୍ରୀରାମ ଡଙ୍ଗାରେ ନଦୀ ପାର୍‌ ହୋଇଥିଲେ।

ଶୃଙ୍ଗଭରପୁର ତୀର୍ଥ: ପ୍ରୟାଗରାଜଠାରୁ ୨୦/୨୨ କିଲୋମିଟର ଦୂରରେ ଏହି ସ୍ଥଳ ରହିଛି। ଏହା ନିଷାଦରାଜର ଗୃହରାଜ୍ୟ ଥିଲା। ଏଠାରୁ ଶ୍ରୀରାମ ନାବିକଙ୍କୁ ଗଙ୍ଗା ପାର କରାଇବାକୁ କହିଥିଲେ। ଶୃଙ୍ଗଭରପୁର ସିଙ୍ଗରୌର ନାମରେ ଜଣାଯାଉଛି।

କୁରଇ: ସିଙ୍ଗରୌରରେ ଗଙ୍ଗା ନଦୀ ପାର୍‌ ହେବା ପରେ ଭଗବାନ ଶ୍ରୀରାମ କୁରଇରେ ଅଟକିଥିଲେ।

ପ୍ରୟାଗରାଜ: କୁରଇରୁ ଆଗକୁ ଚାଲି ଚାଲି ଶ୍ରୀରାମ ନିଜ ଭାଇ ଲକ୍ଷ୍ମଣ ଏବଂ ପତ୍ନୀ ସୀତାଙ୍କ ସହିତ ପ୍ରୟାଗରାଜରେ ପହଞ୍ଚିଥିଲେ।

ଚିତ୍ରକୂଟ: ଏହା ପରେ ରାମ ଚିତ୍ରକୂଟରେ ପହଞ୍ଚିଥିଲେ, ଯେଉଁଠି ରାମଙ୍କୁ ଅଯୋଧ୍ୟା ଫେରାଇନେବାକୁ ଭରତ ଯାଇଥିଲେ।

ସତନା: ଏହି ସ୍ଥାନରେ ଅତ୍ରି ଋଷିଙ୍କ ଆଶ୍ରମ ଥିଲା।

ଦଣ୍ଡକାରଣ୍ୟ: ଚିତ୍ରକୂଟରୁ ବାହାରି ଶ୍ରରାମ ଦଣ୍ଡକାରଣ୍ୟ ଯାଇଥିଲେ। ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ମହାରାଷ୍ଟ୍ରର କିଛି ଅଞ୍ଚଳକୁ ମିଶାଇ ଦଣ୍ଡକାରଣ୍ୟ ଥିଲା।

ପଞ୍ଚବଟୀ ନାସିକ: ଦଣ୍ଡକାରଣ୍ୟରେ ମୁନିଋଷିଙ୍କ ଆଶ୍ରମରେ ରହିବା ପରେ ଶ୍ରୀରାମ ଅଗସ୍ତ୍ୟ ଋଷିଙ୍କ ଆଶ୍ରମକୁ ଯାଇଥିଲେ। ଏହି ଆଶ୍ରମ ନାସିକର ପଞ୍ଚବଟୀ ଅଞ୍ଚଳରେ ରହିଛି, ଯାହା ଗୋଦାବରୀ ନଦୀ କୂଳରେ ଅବସ୍ଥିତ। ଏଠାରେ ଲକ୍ଷ୍ମଣ ସୁପର୍ଣ୍ଣଖାଙ୍କ ନାସା ଚ୍ଛେଦନ କରିଥିଲେ।

ସର୍ବତୀର୍ଥ: ନାସିକ ଅଞ୍ଚଳରେ ହିଁ ରାବଣ ମାତା ସୀତାଙ୍କୁ ଅପହରଣ କରିଥିଲା ଏବଂ ଜଟାୟୁଙ୍କୁ ବି ବଦ୍ଧ କରିଥିଲା। ଏହି ତୀର୍ଥରେ ଲକ୍ଷ୍ମଣ ରେଖା ରହିଥିଲା।

ପର୍ଣ୍ଣଶାଳା: ପର୍ଣ୍ଣଶାଳା ଆନ୍ଧ୍ରପ୍ରଦେଶରେ ଖମ୍ମମ ଜିଲାର ଭଦ୍ରଚଲମରେ ଅବସ୍ଥିତ। ରାମାଳୟଠାରୁ ପ୍ରାୟ ୧ ଘଣ୍ଟାର ଦୂରତାରେ ଅବସ୍ଥିତ ପର୍ଣ୍ଣଶାଳାକୁ ପନସାଲା ବି କୁହାଯାଏ।

ତୁଙ୍ଗଭଦ୍ରା: ତୁଙ୍ଗଭଦ୍ରା ଏବଂ କାବେରୀ ନଦୀର ଅନେକ ସ୍ଥାନକୁ ଭଗବାନ ଶ୍ରୀରାମ ମାତା ସୀତାଙ୍କୁ ଖୋଜିବାକୁ ଯାଇଥିଲେ।

ଶବରୀ ଆଶ୍ରମ: ରାସ୍ତା ଯିବା ବେଳେ ଶ୍ରୀରାବ ପମ୍ପା ନଦୀ ନିକଟରେ ଥିବା ଶବରୀ ଆଶ୍ରମକୁ ବି ଯାଇଥିଲେ। ଏହି ଆଶ୍ରମ କେରଳରେ ଅବସ୍ଥିତ।

ଋଷ୍ୟମୂକ ପର୍ବତ: ମଳୟ ପର୍ବତ ଏବଂ ଚନ୍ଦନ ବନକୁ ପାର୍‌ କରି ରାମ ଋଷ୍ୟମୂକ ପର୍ବତ ଅଭିମୁଖେ ଯାଇଥିଲେ। ଏଠାରେ ସେ ହନୁମାନ ଏବଂ ସୁଗ୍ରୀବଙ୍କୁ ଭେଟିଥିଲେ ଓ ବାଳୀଙ୍କୁ ବଦ୍ଧ କରିଥିଲେ।

କୋଡିକରଇ: ଏଠାରେ ରାମଙ୍କ ସୈନ୍ୟ ଅଟକିଥିଲେ ଏବଂ ପରେ ରାମେଶ୍ଵରମ ଅଭିମୁଖେ ଯାଇଥିଲେ।

ରାମେଶ୍ଵରମ: ଶ୍ରୀରାମ ଲଙ୍କା ଉପରେ ଆକ୍ରମଣ କରିବା ପୂର୍ବରୁ ରାମେଶ୍ଵରମଠାରେ ଭଗବାନ ଶିବଙ୍କ ପୂଜା କରିଥିଲେ। ରାମେଶ୍ଵରମଙ୍କ ଶିବଲିଙ୍ଗ ଭଗବାନ ଶ୍ରୀରାମଙ୍କ ଦ୍ବାରା ସ୍ଥାପିତ ହୋଇଛି।

ଧନୁଷକୋଡୀ: ଶ୍ରୀରାମ ରାମେଶ୍ଵରମରୁ ଧନୁଷକୋଡୀ ଯାଇଥିଲେ। ଏଠାରୁ ସେ ରାମସେତୁ ନିର୍ମାଣ କରିଥିଲେ।

ନୁୱାରା ଏଲିୟା ପର୍ବତ: ଶ୍ରୀଲଙ୍କାର ନୁଆରା ଏଲିୟା ପାହାଡ଼ ଆଖପାଖରେ ଥିବା ରାବଣ ଜଳପ୍ରପାତ, ରାବଣ ଗୁମ୍ଫା, ଅଶୋକ ବାଟିକା, ବିଭୀଷଣ ମହଲ ଆଦିର ପ୍ରତ୍ନତାତ୍ତ୍ଵିକ ଅନୁସନ୍ଧାନରୁ ଏସବୁ ରାମାୟଣ ସମୟର ଅସ୍ତିତ୍ଵ ବୋଲି ନିଶ୍ଚିତ ହୋଇଛି।

Comments are closed.