ଟିକା ପାଇଁ ଏଣିକି ଅନ୍‍ଲାଇନ୍‍ ପ୍ରାକ୍‍ ପଞ୍ଜିକରଣ ଓ ବୁକିଂ ବାଧ୍ୟତା ମୂଳକ ନୁହେଁ

ନୂଆଦିଲ୍ଲୀ : ଏଣିକି ଟିକା ନେବା ପାଇଁ ଅନ୍‍ଲାଇନ୍‍ ମାଧ୍ୟମରେ ପ୍ରାକ୍‍ ପଞ୍ଜିକରଣ ଏବଂ ଟିକା ନେବା ପାଇଁ ଆଗରୁ ବୁକିଂ  ବାଧ୍ୟତା ମୂଳକ ନୁହେଁ  ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି । ୧୮ବର୍ଷରୁ ଊର୍ଦ୍ଧ୍ବ ଯେକୌଣସି ବ୍ୟକ୍ତି ସିଧାସଳଖ ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଯାଇ ସେଠାରେ ପଞ୍ଜିକରଣ କରି ଟିକା ନେଇପାରିବେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କୋ-ୱିନ୍‍ ପୋର୍ଟାଲ୍‍ ଜରିଆରେ ପଞ୍ଜିକରଣ କରିଥିବା ୨୮କୋଟି ୩୬ ଲକ୍ଷ ହିତାଧିକାରୀମାନଙ୍କ ମଧ୍ୟରୁ ୧୬ କୋଟି ୪୫ ଲକ୍ଷ ହିତାଧିକାରୀ ଟିକାଦାନ କେନ୍ଦ୍ରରେ ହିଁ ପଞ୍ଜିକରଣ କରିଛନ୍ତି । ମନ୍ତ୍ରଣାଳୟ କହିଛି, ୧୯ କୋଟି ୮୪ ଲକ୍ଷ ପାନ ଟିକା ଟିକାଦାନ କେନ୍ଦ୍ର ଗୁଡ଼ିକରେ ପଞ୍ଜିକରଣ ଜରିଆରେ ଦିଆଯାଇଥିବା ବେଳେ ବାକି ଟିକାଗୁଡ଼ିକ କୋ-ୱିନ୍‍ ପଞ୍ଜିକରଣ ଜରିଆରେ ହୋଇଛି। ଆଶା ଓ ସ୍ୱାସ୍ଥ୍ୟ କର୍ମୀମାନେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ବସ୍ତି ଅଞ୍ଚଳରେ ଟିକା ନେବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଉଛନ୍ତି।

Comments are closed.