ଡା. ଲଳିତ ବେହେରାଙ୍କ ଉପରୁ ନିଲମ୍ବନ ଆଦେଶ ଉଠିଲା

ଭୁବନେଶ୍ଵର: ବିଧାନସଭା ଡିସପେନ୍‌ସାରୀର ଡାକ୍ତର ଲଳିତ ବେହେରାଙ୍କ ଉପରୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଛନ୍ତି। ଏବେ ସେ ପୁଣି ଥରେ ଡିସପେନସାରୀ ମେଡିକାଲ ଅଫିସର ଭାବେ ଦାୟିତ୍ଵରେ ରହିବେ। କିଛିଦିନ ତଳେ ରାଜ୍ୟର ୩ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତ ଜଣକ ଡିସପେନ୍‌ସାରୀକୁ ଚିକିତ୍ସା ପାଇଁ ଯାଇଥିଲେ। ଗାଇଡଲାଇନ ପାଳନ ନ କରି ଡିସପେନ୍‌ସାରୀରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିଥିବା ଅଭିଯୋଗ ହେବା ପରେ ରାଜ୍ୟ ସରକାର ଡିସ୍‌ପେନସାରୀର ମେଡିକାଲ ଅଫିସର ଡା. ବେହେରାଙ୍କୁ ଗତ ୨୭ ତାରିଖରେ ନିଲମ୍ବନ କରିଥିଲେ।

Comments are closed.