୬୨୦ଲକ୍ଷ ଟନ୍‍ ଧାନ ସଂଗ୍ରହ : ଏମଏସପି ଆଧାରରେ ଚାଷୀଙ୍କୁ ମିଳିଛି ୧ଲକ୍ଷ ୧୭ ହଜାର କୋଟି ଟଙ୍କା

ଖରିଫ ଧାନ ସଂଗ୍ରହ

ନୁଆଦିଲ୍ଲୀ :  ଚଳିତ ଖରିଫ ଋତୁରେ ସରକାର ୬୨୦ଲକ୍ଷ ଟନ୍‍ ଧାନ ସଂଗ୍ରହ କରିଛନ୍ତି। କୃଷି ମନ୍ତ୍ରଣାଳୟ କହିଛି ଗତବର୍ଷର ଏହି ସମୟ ତୁଳନାରେ ଏହା ଶତକଡ଼ା ୧୭.୬% ଅଧିକ। ଗତବର୍ଷ ଏହି ସମୟ ମଧ୍ୟରେ ୫୨୭ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଥିଲା। ମୋଟ୍‍ ସଂଗୃହୀତ ଧାନ ମଧ୍ୟରୁ କେବଳ ପଞ୍ଜାବରୁ ୨୦୨ ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଛି। ଏହା
ମୋଟ୍‍ ସଂଗୃହୀତ ଧାନର ୩୨.୭୪ ପ୍ରତିଶତ।
ମନ୍ତ୍ରଣାଳୟ କହିଛି ପଞ୍ଜାବ, ହରିଆନା, ଉତ୍ତରପ୍ରଦେଶ, ତେଲଙ୍ଗାନା,ଉତ୍ତରାଖଣ୍ଡ, ତାମିଲନାଡୁ, ଚଣ୍ଡୀଗଡ଼, ଜାମ୍ମୁ ଓ କାଶ୍ମୀର, କେରଳ, ଗୁଜରାତ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ, ଆସାମ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ ତ୍ରିପୁରା ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଧାନ ସଂଗ୍ରହ କରାଯାଉଛି।
ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ସଂଗ୍ରହ କରାଯାଇ ଏ ବାବଦରେ ୧ଲକ୍ଷ ୧୭ ହଜାର କୋଟି ଟଙ୍କା କୃଷକମାନଙ୍କୁ ଦିଆଯାଇଛି।

Comments are closed.