ଚୀନ୍‌ ପ୍ରସ୍ତୁତ ଟେଷ୍ଟ କିଟ୍‌ ନ କିଣିବାକୁ ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦେଶ

ନୂଆଦିଲ୍ଲୀ : ଚୀନ୍‌ କମ୍ପାନୀ ଗୁଆଙ୍ଗଝୋ ଓଣ୍ଡଫୋ ବାୟୋଟେକ୍‌ ଏବଂ ଝୁଆଇ ଲିଭଜୋନ୍‌ ଡାଇଗ୍ନୋଷ୍ଟିକ୍ସ ଦ୍ବାରା ପ୍ରସ୍ତୁତ ‘ରାପିଡ ଆଣ୍ଟିବଡି ଟେଷ୍ଟ କିଟ୍‌’ ନ କିଣିବା ପାଇଁ ଭାରତ ସରକାର ସମସ୍ତ ରାଜ୍ୟଙ୍କୁ ନିର୍ଦେଶ ଦେଇଛନ୍ତି। ଏହି କରୋନା ପରୀକ୍ଷା ଯନ୍ତ୍ର (ଟେଷ୍ଟ କିଟ୍‌) ତ୍ରୁଟିପୂର୍ଣ୍ଣ ଓ ନିମ୍ନମାନର ବୋଲି ପ୍ରମାଣିତ ହୋଇଥିବାରୁ ଜନସ୍ବାର୍ଥ ଦୃଷ୍ଟିରୁ ଏହାକୁ ନ କିଣିବା ପାଇଁ ସମସ୍ତ ରାଜ୍ୟକୁ କୁହାଯାଇଛି। ଏଥିସହିତ ଏହାକୁ ଆମଦାନୀ କରୁଥିବା ସଂସ୍ଥାକୁ ଡ୍ରଗ୍‌ କ​‌େ​‌ଣ୍ଟ୍ରାଲର ଜେନେରାଲ ଭି.ଜି ସୋମାନି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଭାରତ ଉପରୋକ୍ତ ଦୁଇ କମ୍ପାନୀଠାରୁ ସାଢ଼େ ୫ଲକ୍ଷ କିଟ୍‌ ପାଇଥିବାବେଳେ ଆଉ ପ୍ରାୟ ଦେଢ଼ ଲକ୍ଷ ଆସିବାର ଥିଲା। ସରକାର ଗତ ସପ୍ତାହରେ ଏହାର ବରାଦକୁ ବାତିଲ କରିବା ସହ ସମସ୍ତ କିଟ୍‌ ଫେରାଇବାକୁ ନିଷ୍ପତ୍ତି ନେଇଥିଲେ। ଏହାର ପରୀକ୍ଷାକୁ ମଧ୍ୟ ଆଇସିଏମ୍‌ଆର ପକ୍ଷରୁ ଦେଶରେ ନିଷିଦ୍ଧ କରାଯାଇଥିଲା। ଅନ୍ୟ ବହୁ ରାଷ୍ଟ୍ର ମଧ୍ୟ ଅନୁରୂପ ପଦକ୍ଷେପ ନେଇଥିଲେ। ଚୀନ୍‌ ଭାରତ ସରକାରଙ୍କ ପଦକ୍ଷେପର ପ୍ରତିବାଦ କରିଛି।

Comments are closed.