ଆଇଏଏସ ସ୍ତରରେ ଅଦଳ ବଦଳ ; ଆର୍‍ . ଭିନିଲ କ୍ରୀଷ୍ଣା ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି। ଆର୍‍ . ଭିନିଲ କ୍ରୀଷ୍ଣା ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ। କ୍ରୀଡ଼ା ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ହେଲେ ଓଏମସି ଏମଡି, ମହମ୍ମଦ ସାଦିକ ଆଲାମଙ୍କୁ ଶିଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ, ପାରୁଲ ପଟୱାରୀ ହେଲେ ପୂର୍ତ୍ତ ବିଭାଗ ଉପ ସଚିବ। ବିଶାଲ ସିଂହ ହେଲେ ଯାଜପୁର ପିଡି ଡିଆରଡିଏ। ପ୍ରମୋଦ ବେହେରା ହେଲେ ରାଜସ୍ୱ ବିଭାଗ ଅତିରିକ୍ତ ସଚିବ।
ସେହିପରି ୪ ଜିଲାର ଜିଲ୍ଲାପାଳ ଜିଲ୍ଲାପାଳ ବଦଳିଛନ୍ତି। ପୁରୀ, କେନ୍ଦ୍ରାପଡ଼ା,ରାୟଗଡ଼ା ଓ ଜଗତସିଂହପୁରର ଜିଲ୍ଲାପାଳଙ୍କ ବଦଳି ହୋଇଛି। କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ପୁରୀ ଜିଲ୍ଲାପାଳ। ଅମ୍ରିତ ଋତୁରାଜ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ। ଜଗତସିଂହପୁର ଜିଲ୍ଲାପାଳ ସରୋଜ ମିଶ୍ର ହେଲେ ରାୟଗଡା ଜିଲ୍ଲାପାଳ।

 

 

Comments are closed.