ଆୟକର ଦାଖଲ ସମୟ ସୀମା ବୃଦ୍ଧି କଲେ ସରକାର, ଜାଣନ୍ତୁ ଶେଷ ତାରିଖ

କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୂର୍ବରୁ ଅନେକ ଥର ଆୟକର ଦାଖଲ ସମୟ ସୀମା ବୃଦ୍ଧି କରିଥିବା ବେଳେ ଆଜି ପୁଣି ଠାରେ ଏହି ସମୟସୀମା ବୃଦ୍ଧି କରିଛନ୍ତି। ଫଳରେ ଆସନ୍ତାକାଲି ଅର୍ଥାତ ୨୦୨୦ ଡିସେମ୍ବର ୩୧ ତାରିଖକୁ ନେଇ ଚିନ୍ତାରେ ଥିବା ଆୟକାରଦାତାଙ୍କୁ ଏକ ପ୍ରକାର ଆଶ୍ବସ୍ତି ମିଳିଛି। ଆୟକର ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ ବିଭିନ୍ନ ବର୍ଗର ଆୟକାରଦାତାଙ୍କ ପାଇଁ ଭିନ୍ନ ଭିନ୍ନ ବର୍ଦ୍ଧିତ ସମୟସୀମା ଧାର୍ଯ୍ୟ କରାଯାଇଛି। ବିଶେଷ ଭାବେ ବ୍ୟକ୍ତିଗତ ଆୟକରଦାତା ଯେଉଁମାନଙ୍କ ସଂଖ୍ୟା ଦେଶରେ ଅଧିକ, ଏବେ ସେମାନେ ଆସନ୍ତା ବର୍ଷ ଜାନୁଆରୀ ୧୦ ଯାଏଁ ଆୟକର ଫେରସ୍ତ ଆବେଦନ ଦାଖଲ କରିପାରିବେ।

କେଉଁ ବର୍ଗର ଆୟକାରଦାତାଙ୍କ ପାଇଁ ଆବେଦନ ଦାଖଲ ସମୟସୀମା କେତେ ବୃଦ୍ଧି ହୋଇଛି ଜାଣନ୍ତୁ।
୧. ୨୦୨୦-୨୧ ନିର୍ଦ୍ଧାରଣ ବର୍ଷ ପାଇଁ ଅଡିଟ ଯୋଗ୍ୟ ଆୟକାରଦାତା ଓ କମ୍ପାନୀ ପାଇଁ – ୨୦୨୧ ଫେବୃଆରୀ ୧୫
୨. ୨୦୨୦-୨୧ ନିର୍ଦ୍ଧାରଣ ବର୍ଷ ପାଇଁ ଆୟ ବ୍ୟୟ ସମ୍ପର୍କିତ ରିପୋର୍ଟ ଦାଖଲ ଯୋଗ୍ୟ ଆୟକାରଦାତାଙ୍କ ପାଇଁ – ୨୦୨୧ ଫେବୃଆରୀ ୧୫
୩. ୨୦୨୦-୨୧ ନିର୍ଦ୍ଧାରଣ ବର୍ଷ ପାଇଁ ଅନ୍ୟ ଆୟକାରଦାତାଙ୍କ ପାଇଁ – ୨୦୨୧ ଜାନୁଆରୀ ୧୦
୪. ୨୦୨୦-୨୧ ନିର୍ଦ୍ଧାରଣ ବର୍ଷ ପାଇଁ ଅଡିଟ ରିପୋର୍ଟ ଦାଖଲ – ୨୦୨୧ ଜାନୁଆରୀ ୧୫
୫. ‘ବିବାଦ ସେ ବିଶ୍ୱାସ’ ଯୋଜନା ଅବଧି – ୨୦୨୧ ଜାନୁଆରୀ ୩୦
୬. ପ୍ରତ୍ୟେକ୍ଷ କର ଓ ବେନାମୀ ଅଧିନିୟମ ଅନ୍ତର୍ଗତ ଆଦେଶନାମା ଗ୍ରହଣ ଅବଧି – ୨୦୨୧ ମାର୍ଚ୍ଚ ୩୧

ଆୟକର ବିଭାଗ ମଧ୍ୟ ଜିଏସଟି ବାର୍ଷିକ ରିଟର୍ଣ୍ଣ ଫାଇଲ୍ କରିବାର ଶେଷ ତାରିଖ ୨୦୨୧ ଫେବୃୟାରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛି।

Comments are closed.