ଦେଶର କିଛି ଅଞ୍ଚଳରେ ହୋଇଛି ସାମୁଦାୟିକ ସଂକ୍ରମଣ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର କରୋନାର ସାମୁଦାୟିକ ସଂକ୍ରମଣ ହୋଇ ନ ଥିବା ଦାବି କରି ଆସୁଛନ୍ତି । କେବଳ କେରଳ ସରକାର ରାଜ୍ୟରେ କିଛି ପରିମାଣରେ ସାମୁଦାୟିକ ସଂକ୍ରମଣ ସ୍ବୀକାର କରିଥିଲେ । ଏବେ ପ୍ରଥମଥର ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷବର୍ଧନ ଦେଶର କିଛି ସ୍ଥାନରେ ସାମୁଦାୟିକ ସଂକ୍ରମଣ ହୋଇଥିବା ସ୍ବୀକାର କରିଛନ୍ତି ।

ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟର ଜନଘନତ୍ଵ ଅଞ୍ଚଳରେ ସାମୁଦାୟିକ ସଂକ୍ରମଣ ଘଟିଥିବ ଆଶଙ୍କା କରାଯାଉଛି ବୋଲି ଡ଼. ହର୍ଷବର୍ଧନ ଉଲ୍ଲେଖ କରି ଏହା କିଛି ଜିଲା ମଧ୍ୟରେ ସୀମିତ ବୋଲି କହିଛନ୍ତି । ଦେଶରେ କରୋନା ସଂକ୍ରମଣ ପରେ ପ୍ରଥମଥର ପାଇଁ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି ।

Comments are closed.