କେତେଗୁଡ଼ିଏ ଆପ୍‍ର ବ୍ୟବହାର ନିଷିଦ୍ଧ ଖବର ସମ୍ପୂର୍ଣ୍ଣ ଗୁଜବ : ପିଆଇବି

ନୂଆଦିଲ୍ଲୀ : ମୋବାଇଲ୍‍ ଆପ୍‍ ଷ୍ଟୋରର କେତେଗୁଡ଼ିଏ ଆପ୍‍ର ବ୍ୟବହାର ନିଷିଦ୍ଧ କରାଯାଇଥିବା ନେଇ ନ୍ୟାସନାଲ୍‍ ଇନ୍‍ଫର୍‍ମାଟିକ୍ସ ସେଣ୍ଟର(ଏନ୍‍ଆଇସି)ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ବହୁଳ ପ୍ରସାରିତ ଖବରକୁ
ଇଲେକ୍‍ଟ୍ରୋନିକ୍‍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଖଣ୍ଡନ କରିଛି।

ଏକ ଟ୍ୱିଟରେ ପତ୍ର ସୂଚନା ବ୍ୟୁରୋ (ପିଆଇବି) କହିଛି, ଆଇଟି ମନ୍ତ୍ରଣାଳୟ କିମ୍ବା ଏନ୍‍ଆଇସି ପକ୍ଷରୁ କେତେକ ମୋବାଇଲ୍‍ ଆପ୍‍କୁ ନିଷିଦ୍ଧ କରିବା ନେଇ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ଏନେଇ ପ୍ରସାରିତ ଖବରକୁ ସମ୍ପୂର୍ଣ୍ଣ ଗୁଜବ ବୋଲି ପିଆଇବି କହିଛି।

Comments are closed.