ସରକାରଙ୍କ ବଡ଼ ଘୋଷଣା; କର୍ମକ୍ଷେତ୍ରରେ ମୃତ୍ୟୁ ଘଟିଲେ ଅଙ୍ଗନୱାଡ଼ି, ଆଶା କର୍ମୀଙ୍କ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ଵର: କୋଭିଡ ଯୋଦ୍ଧା ଭାବେ ପରିଚିତ ଅଙ୍ଗନୱାଡ଼ି ଏବଂ ଆଶା କର୍ମୀମାନଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। କାର୍ଯ୍ୟରତ ସମୟରେ କୌଣସି ଅଙ୍ଗନୱାଡ଼ି କିମ୍ବା ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ଭତ୍ତା ପ୍ରାଦନ କରାଯିବ। ମୃତ ଯୋଦ୍ଧାଙ୍କ ନିକଟ ସମ୍ପର୍କୀୟଙ୍କୁ ଏହି ଭତ୍ତା ଦିଆଯିବ। ତାଙ୍କୁ ୬୦ ବର୍ଷ ହେବା ପର୍ଯ୍ୟନ୍ତ ଭତ୍ତା ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୭୫୦୦ ଟଙ୍କା ଏବଂ ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ହଜାର ଟଙ୍କା ଭତ୍ତା ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

Comments are closed.