ସମ୍ବଲପୁର ଗସ୍ତରେ ରାଜ୍ୟପାଳ

ସମ୍ବଲପୁର : ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ସମ୍ବଲପୁର ଗସ୍ତରେ ଆସିବେ। ବୁଧବାର ରାତ୍ରିରେ ରେଳ ଯୋଗେ ରାଜ୍ୟପାଳ ସୁନ୍ଦରଗଡ ଜିଲାର ରାଜଗାଙ୍ଗପୁରକୁ ଆସି ଗୁରୁବାର ସକାଳୁ ପହଞ୍ଚିବା ପରେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସଡକ ପଥରେ ଅପରାହ୍ନ ୪ଟା ୩୦ରେ  ସମ୍ବଲପୁରରେ ପହଞ୍ଚିବେ। ସମ୍ବଲପୁରର ଅଇଁଠାପାଲି ଠାରେ ଦିବ୍ୟ ନାରାୟଣ ଯୋଗ ଓ ନେଚରପ୍ୟାଥି ଆରୋଗ୍ୟ କେନ୍ଦ୍ରକୁ ଉଦଘାଟନ କରିବେ। ପରେ ଅପରାହ୍ନ ୫ଟା ୩୦ରେ ସେ ସାର୍କିଟ ହାଉସକୁ ଯିବେ। ସେଠାରୁ ରାଜ୍ୟପାଳ ଜିଲା ପ୍ରେକ୍ଷାଳୟ ତପସ୍ୱିନୀ ହଲଠାରେ ଓଡିଶା ସାଂସ୍କୃତିକ ସମାଜର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରେ ପ୍ରାୟ ୧ ଘଣ୍ଟା ରହିବା ପରେ ସନ୍ଧ୍ୟା ୭ଟା ୫ ମିନିଟରେ ତପସ୍ୱିନୀ ହଲରୁ ବାହାରି ବୁର୍ଲାର ଅଶୋକ ନିବାସକୁ ଯାଇ ସେଠାରେ ରାତ୍ରିଯାପନ କରିବେ। ଶୁକ୍ରବାର ସକାଳ ୧୦ଟା ସମୟରେ ରାଜ୍ୟପାଳ ସମ୍ବଲପୁର ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପରେ ବରଗଡ ଜିଲା ଗସ୍ତରେ ଯାଇ ପୁର୍ନବାର ଅଶୋକ ନିବାସକୁ ରାତ୍ର ୮ଟାରେ ଫେରିବେ। ଏହା ପରେ ରାତ୍ର ୧୦ ଟା ୨୫ ରେ ରେଳ ଯୋଗେ ରାଜ୍ୟପାଳ ଭୁବନେଶ୍ୱର ଫେରି ଯିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.