କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ସହର ହେବ ସୂର୍ଯ୍ୟନଗରୀ ; ଶତ ପ୍ରତିଶତ ସୌରଚାଳିତ

୧୦ ମେଗାୱାଟ ଗ୍ରୀଡର ସୌର ପ୍ରକଳ୍ପ ସହ ସୋଲାର ବୃକ୍ଷ, ପାନୀୟ ଜଳ କିଓସ୍କର ପରିକଳ୍ପନା

ନୂଆଦିଲ୍ଲୀ : ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ସହରକୁ ସଂପୂର୍ଣ୍ଣ ସୌରଚାଳିତ କରିବା ପାଇଁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ଶକ୍ତି ରାଷ୍ଟ୍ରମନ୍ତ୍ରୀ  ରାଜ କୁମାର ସିଂହ କହିଛନ୍ତି ଯେ, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ସହରକୁ ସୂର୍ଯ୍ୟନଗରୀ ଭାବେ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀକୁ ଦୃଷ୍ଟିରେ ରଖି ଏହି ଯୋଜନା ପରିକଳ୍ପନା କରାଯାଇଛି । ପ୍ରାଚୀନ ସୂର୍ଯ୍ୟ ମନ୍ଦିର ଓ ଆଧୁନିକ ପ୍ରଣାଳୀରେ ବ୍ୟବହୃତ ସୌରଶକ୍ତିର ଏହା ହେବ ଏକ ଅପୂର୍ବ ସମନ୍ଵୟ ।

ଏହି ଯୋଜନା ଅନୁସାରେ ୧୦ ମେଗାୱାଟ ସଂଯୁକ୍ତ ଏକ ସୌର ପ୍ରକଳ୍ପ ଏବଂ ବିଭିନ୍ନ ଅଫ-ଗ୍ରୀଡ ସୌର ବୃକ୍ଷ, ସୌର ପାନୀୟ ଜଳ କିଓସ୍କ ଇତ୍ୟାଦିର ପରିକଳ୍ପନା କରାଯାଇଛି । କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଏଥିପାଇଁ ୨୫ କୋଟି ଟଙ୍କା ଯୋଗାଇ ଦେଉଥିବା ବେଳେ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ । ଏହା କାର୍ଯ୍ୟକାରୀ ହେଲେ କୋଣାର୍କ ସହରର ସମସ୍ତ ଶକ୍ତି ଚାହିଦା ସୌର ଶକ୍ତି ମାଧ୍ୟମରେ ପୂରଣ ହୋଇପାରିବ ।

Comments are closed.