ଦେଶରେ ଲାଗି ରହିଥିବା ହିଂସାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ରାହୁଲ : କହିଲେ ଭାରତୀୟଙ୍କ କଣ୍ଠରୋଧ କରିପାରିବେନି ସରକାର

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ସମଗ୍ର ଦେଶରେ ହିଂସା ଜାରୀ ରହିଛି। ରାଜନୈତିକ ଦଳର କାର୍ୟ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସମେତ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏଭଳି ପରିସ୍ଥିତି ପାଇଁ ସରକାରଙ୍କ ଉପରେ ଦୋଶାରପ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ ଗୁରୁବାର ରାହୁଲ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି।
ପ୍ରଦର୍ଶନକାରୀଙ୍କୁ ସମର୍ଥନ କରିବା ସହିତ ରାହୁଲ ଟ୍ବିଟ କରି ଲେଖିଛନ୍ତି, ସରକାରଙ୍କ ପାଖରେ ମେଟ୍ରୋ ଟ୍ରେନ ରଦ୍ଦ କରିବା, କଲେଜ ବନ୍ଦ କରିବା ଏବଂ ଇଣ୍ଟରନେଟ ବନ୍ଦ କରିବାର କୌଣସି ଅଧିକାର ନାହିଁ। ଏମିତି କରି ସରକାର ସମଗ୍ର ଭାରତବାସୀଙ୍କର ସ୍ବରକୁ କେବେ ହେଲେ ବନ୍ଦ କରିପାରିବେ ନାହିଁ।
ଉଲ୍ଲେଖ ଯୋଗ୍ୟ, ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦେଶର ଅନେକ ସ୍ଥାନରେ ପ୍ରଦର୍ଶନ ଜାରୀ ରହିଛି। ଏହାକୁ ନେଇ ଗୁରୁବାର ଦିଲ୍ଲୀରେ ମଧ୍ୟ ବିରୋଧ ପ୍ରଦର୍ଶନ ହୋଇଛି। ସେହିଭଳି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌ ସମେତ ଅନେକ ସ୍ଥାନରେ ଏହାକୁ ବିରୋଧ କରାଯାଉଛି। ଗୁଜରାଟରେ ପରିସ୍ଥିତି ଏତେ ତୀବ୍ର ହେଲା ଯେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଲାଠିଚାର୍ଜ ମଧ୍ୟ କରିଥିବା ସୂଚନା ମିଳିଛି।

Comments are closed.