କୋଭିଡ଼ ନେଗେଟିଭ୍ ରିପୋର୍ଟ ନ ଥିବାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିିତ ରାଜ୍ୟପାଳ, ପତିତପାବନ ଦର୍ଶନ କରି ପୁରୀରୁ ଫେରିଲେ

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ପୁରୀରେ ପତିତପାବନ ଦର୍ଶନ କରିଛନ୍ତି । କରୋନା ନେଗେଟିଭ୍ ରିପୋର୍ଟ ନ ଥିବାରୁ ରାଜ୍ୟପାଳ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ନ କରି କେବଳ ଦ୍ବାରରୁ ଦର୍ଶନ କରି ଫେରିଥିବା ସୂଚନା ମିଳିଛି । ଏହି ଅବସରରେ ସେ ଠାକୁରଙ୍କ ନିକଟରେ  ରାଜ୍ୟର ଜନସାଧାରଣଙ୍କ ସମୃଦ୍ଧି, ସୁଖ ଓ ସୁସ୍ବାସ୍ଥ୍ୟ କାମନା କରିଛନ୍ତି ବୋଲି ବୋଲି ରାଜ୍ୟପାଳ କହିଛନ୍ତି ।

ଅନ୍ୟପକ୍ଷରେ ଆଜି ଶ୍ରୀମନ୍ଦିରରେ ଭକ୍ତମାନେ କରୋନା ନେଗେଟିଭ୍ ରିପୋର୍ଟ ସହ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଛନ୍ତି ।  ଜାନୁଆରୀ ଶେଷରେ ସାଧାରଣ ଦର୍ଶନ ସଂକ୍ରାନ୍ତ ଆଉଏକ ବୈଠକ ହେବ ବୋଲି ସୂଚନା ମିଳିଛି ।

ଆଗାମୀ ଦିନରେ କିପରି ଅଧିକ ଭକ୍ତ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ ଓ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କର କୋଭିଡ଼ ପରୀକ୍ଷା ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Comments are closed.