ଓଡ଼ିଶା ହାଇକୋର୍ଟରେ ୨ ନୂଆ ବିଚାରପତି ନିଯୁକ୍ତ

କଟକ: ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ମିଳିଛି। ୨ ବିଚାରପତିଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ସମ୍ବିଧାନର ଧାରା ୨୧୭ କ୍ଲଜ(୧) ଅନୁଯାୟୀ ବରିଷ୍ଠତା ଭିତ୍ତିରେ ଗୌରୀ ଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶଙ୍କୁ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଛନ୍ତି ବୋଲି ଆଇନ ଓ ନ୍ୟାୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ରାଜୀନ୍ଦର କାଶ୍ୟପ ସୂଚନା ଦେଇଛନ୍ତି।

Comments are closed.