ପାରଳାଖେମୁଣ୍ଡି ସହର ସମେତ ୨ଟି ବ୍ଲକ ଓ ଗୋଟିଏ ପଂଚାୟତ ୩ ଦିନ ସଟଡାଉନ

ଗଜପତି ଜିଲ୍ଲାର କେତେକ ଅଂଚଳରେ ଗତ ଏକ ସପ୍ତାହ ହେବ କ୍ରମାଗତ ଭାବେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ସେହିସବୁ ଅଂଚଳକୁ ଜୁନ ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନ ପାଇଁ ସଟ ଡାଉନ ଘୋଷଣା କରାଯାଇଛି। ଏ ନେଇ ଜିଲ୍ଲାପାଳ ଅନୁପମ ଶାହା ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ, ଗୁମ୍ମା ବ୍ଲକ, ପାରଳାଖେମୁଣ୍ଡି ସହର ଓ ରାଣୀପେଣ୍ଠ ପଂଚାୟତକୁ ୩ ଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି।

ଏକ ଭିଡିଓ ବାର୍ତ୍ତାରେ ଜିଲ୍ଲାପାଳ କହିଛନ୍ତି ଯେ ଗୋଶାଣୀ ବ୍ଲକ, ଗୁମ୍ମା ବ୍ଲକ, ପାରଳାଖେମୁଣ୍ଡି ସହର ଓ ରାଣୀପେଣ୍ଠ ପଂଚାୟତରେ ନୂତନ କରୋନା ସଂକ୍ରମଣ ଅଧିକ ସଂଖ୍ୟାରେ ବ୍ୟାପୁଥିବାରୁ ସେହିସବୁ ଅଂଚଳରେ ୪୦ଟି ମେଡିକାଲ ଟିମ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ତଥ୍ୟ ସଂଗ୍ରହ ସମୟରେ କେଉଁମାନଙ୍କ ଦେହରେ ଥଣ୍ଡା, ଜ୍ୱର, କାଶ, ହଇଜା ଓ ଅନ୍ୟାନ୍ୟ ରୋଗର ଲକ୍ଷଣ ପ୍ରକାଶ ପାଇଛି ବା ପାଉଛି ସେ ନେଇ ତଦାରଖ କରିବେ।

ଏହି ୩ଦିନିଆ ସଟ ଡାଉନ ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା, ଔଷଧ ଦୋକାନ ଏବଂ ଦୁଗ୍ଧ ଦୋକାନ ଖୋଲା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ସଟ ଡାଉନକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ ଜୁନ ୨୭ ତାରିଖ ଶନିବାର ଦିନ ଗଜପତିରେ ସମସ୍ତ ଦୋକାନ ସକାଳ ୫ରୁ ରାତି ୯ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସେ କହିଛନ୍ତି।

Comments are closed.