ପ୍ରଦେଶ କଂଗ୍ରେସ କମିଟିର ନୂତନ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

ଗୋପାଳପୁର: ଗଞ୍ଜାମ ଜିଲ୍ଲା କଂଗ୍ରେସ ଦଳର ବରିଷ୍ଠ ନେତା ତଥା ହିଞିଳି ନିର୍ବାଚନ ମଣ୍ଡଳୀ ରେ ଗତ ସାଧାରଣ ନିର୍ବାଚନରେ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ଶମ୍ଭୁ ପାଣିଗ୍ରାହୀ ଙ୍କୁ ବର୍ତ୍ତମାନ ଜାତୀୟ କଂଗ୍ରେସ ଦଳପକ୍ଷରୁ ପ୍ରଦେଶ କଂଗ୍ରେସ କମିଟିରେ ସମ୍ପାଦକ ଭାବରେ ନୂତନ ନିଯୁକ୍ତି ଦିଆଯାଇଛି। ଏହି କ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଦାସପୁର ଶିବ ମନ୍ଦିର ପ୍ରାଙ୍ଗଣରେ ଦାସପୁର ଓ କୋଳିଥି ଗାଁ କଂଗ୍ରେସ କର୍ମୀ ଙ୍କ ପକ୍ଷରୁ ଶ୍ରୀ ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ଦାସପୁର ଶରତ ବେହେରା, ନରହରି ବେହେରା,ରୋସନ ବେହେରା ଓ ଟୁକୁନା ବେହେରା ଙ୍କ ସହ କୋଳିଥି ଗାଁ ର ବଳରାମ ପାତ୍ର,କୁନା ବିଶୋୟୀ ପ୍ରମୁଖ ଙ୍କ ଅନ୍ୟ ମାନଙ୍କ ଉପସ୍ଥିତି ରହିଥିଲେ। ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ତୃଣମୂଳ ସ୍ତରରେ କଂଗ୍ରେସ ଦଳକୁ ଅଧିକ ମଜବୁତ କରିବା ପାଇଁ ସମସ୍ତେ ମିଶି କାର୍ଯ୍ୟ କରିବାକୁ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ।

Comments are closed.