ଗୋପୀନାଥ ଦେବଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ପିପିଲି :ପିପିଲି ନିକଟବର୍ତ୍ତି ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୂ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଗୁରୁବାର ମହାସମାରୋହରେ ପାଳିତ ହୋଇଯାଇଛି ।

ଏହି ଉପଲକ୍ଷେ ସଂନ୍ଧ୍ୟାରେ ମନ୍ଦିର ପରିସରରେ ଶ୍ରୀମଦ୍‌ ଭଗବତ ଗୀତା ପୂର୍ଣ୍ଣାଙ୍ଗ ପାଠ କରାଯାଇଥିବା ବେଳେ ଶ୍ରୀକୃଷ୍ଣ ଜନ୍ମଚରିତ ଭାଗବତ ସମୁହ ପାଠ କରାଯାଇଥିଲା । ଶ୍ରୀକୃଷ୍ଣଙ୍କ ଲୀଳା ଉପରେ ପ୍ରବଚକ ମାନେ ପ୍ରବଚନ ପ୍ରଦାନ କରିଥିବା ବେଳେ ଏହି ଅବସରରେ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଘଣ୍ଟ, ଘଣ୍ଟା, କାହାଳି, ମୃଦଙ୍ଗ ସାଙ୍ଗକୁ ହରିବୋଲ ହୁଳହୁଳି ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଲମ୍ବାଧାଡିରେ ପ୍ରଭୂ ଶ୍ରୀଗୋପୀନାଥ ଦେବଙ୍କୁ ଦର୍ଶନ କରିଥିଲେ । ରାତି ୧୧ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମନିତୀ ଅନୁଷ୍ଠିତ ହୋଇଥିଲା ।

ସେହିପରି ପିପିଲି ନିକଟବର୍ତ୍ତି କଣ୍ଟି ପଞ୍ଚାୟତର କାକୁଡିଆ ଗ୍ରାମର ପ୍ରସିଦ୍ଧ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିର ପରିସରରେ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିବା ବେଳେ ଆଖପାଖ ଅଞ୍ଚଳର ଭକ୍ତଙ୍କ ପ୍ରବଳ ଭୀଡ ଲାଗିଥିଲା । ରାତି ୧୧ଟା ୧୫ମିନିଟରେ ସେଠାରେ ଶ୍ରୀକୃଷ୍ଣଙ୍କ ଜନ୍ମନିତୀ ଅନୁଷ୍ଠିତ ହୋଇଥିଲା ।

Comments are closed.