ଗୋପବନ୍ଧୁ ଚିକିତ୍ସାଳୟରେ ୭୨ତମ ଜନରାଜ୍ୟ ଦିବସ ପାଳିତ

ଗୁରୁଡିଝାଟିଆ : ଲୁହ, ଲହୁ ଓ ଆତ୍ମବଳୀ ଦେଇ ଦେଶକୁ ସ୍ୱାଧୀନତା ଦେଇଥିବା ବୀରଙ୍କ ପ୍ରତି ସମ୍ମାନ ଜଣାଇବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ । ଜନରାଜ୍ୟ ଦିବସରେ ପ୍ରତ୍ୟେକ ଭାରତୀୟ ସଂକଳ୍ପ ନେଇ ଆଗଭର ହେବା ଆବଶ୍ୟକ। ଯେପରି ଦେଶକୁ ସମଗ୍ର ବିଶ୍ୱରେ ଅଗ୍ରଣୀ କରିବା । ଆମ ଦେଶ ବହୁ କ୍ଷେତ୍ରରେ ଏବେ ନିଜର ବିଜୟ ଧ୍ବଜା ଉଡାଇ ପାରିଛି। ବୈଶ୍ୱିକ ମହାମାରୀ କରୋନା ସମୟରେ ପ୍ରତ୍ୟେକ ଜନସାଧାରଣଙ୍କ କର୍ତ୍ତବ୍ୟନିଷ୍ଠା ସରକାରଙ୍କ ଦୃଢ ପଦକ୍ଷେପ ବିଶ୍ୱରେ ଭାରତକୁ ଯେଭଳି ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା ଅନୁରୂପ ଭାବରେ ଟୀକାକରଣ କରିବା ଓ ଅନ୍ୟ ଦେଶକୁ ଟୀକା ପ୍ରଦାନ ପାଇଁ ଆଗଭର ହେବା ଏହା ବଳିଷ୍ଠ ନିଦର୍ଶନ ଅଟେ। ଏଣୁ କାର୍ଯ୍ୟକ୍ଷେତ୍ରରେ ପ୍ରତ୍ୟେକ ଭାରତୀୟ ନିଜ କର୍ତ୍ତବ୍ୟକୁ ଠିକଣା ଢଙ୍ଗରେ ସଂପାଦନ କଲେ ଦେଶ ପ୍ରଗତି ପଥରେ ଆଗେଇବା ସହ ବୀର ଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ୭୨ତମ ଜନରାଜ୍ୟ ଦିବସରେ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ଡଃ ପ୍ରଭାସ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନୁଷ୍ଠାନର ଅଧ୍ୟୟନରତ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜକୁ ଉତ୍ତମରୂପେ ପ୍ରସ୍ତୁତ କରି ସେବା ମାଧ୍ୟମରେ ରୋଗୀ ମୁହଁରେ ହସ ଫୁଟାଇଲେ ଅନୁଷ୍ଠାନର ସୁନାମ ହେବା ସହିତ ନିଜେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ଡଃ ଆଚାର୍ଯ୍ୟ କରିଥିଲେ। ନର୍ସିଂ କଲେଜର ଅଧ୍ୟକ୍ଷ ଚିନ୍ନା ଚିଦିୟାନ ଏନ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ୭୨ତମ ଜନରାଜ୍ୟ ଦିବସରେ ଅଧ୍ୟାପିକା ମେଲବା ସୁଇଟ ସହାୟ, ପ୍ରିନ୍ସାପାଲ ଟ୍ୟୁଟର ରାଜଶ୍ରୀ ସାମନ୍ତରାୟ, ଅନୁଷ୍ଠାନର ସମସ୍ତ ବିଦ୍ୟାର୍ଥୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ  ଅଂଶଗ୍ରହଣ କରିଥିଲେ। ଅଧ୍ୟାପିକା ବି.କେ ଶୁଭଲକ୍ଷ୍ମୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.