ମୃତ ମହିଳାଙ୍କ ପରିଚୟ ମିଳିଲା, ସ୍ୱାମୀ ନିଖୋଜ ସୂଚନା

ଗୋପାଳପୁର: ଗୋପାଳପୁର ମୁହାଣ ଅଞ୍ଚଳରୁ ଗତ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଧାର ହୋଇଥିବା ଜଣେ ୪୦ ବର୍ଷିଆ ମହିଳାଙ୍କ ମୃତ ଦେହ ଭାସମାନ ଅବସ୍ଥାରେ ମିଳିଥିବା ବେଳେ ସେହି ମହିଳାଙ୍କ ପରିଚୟ ମିଳିଥିବା ଜଣାପଡିଛି। ମୃତ ମହିଳା ଜଣଙ୍କ ବ୍ରହ୍ମପୁର ବୈଦନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ଗ୍ରାମର ଦମୟନ୍ତୀ ଆଚାରୀ ବୋଲି ପୁଲିସ ସୂଚନା ଦେଇଛି। ମୃତ ମହିଳା ଦମୟନ୍ତୀ ଓ ତାଙ୍କ ସ୍ବାମୀ ଚିରଞ୍ଜିବୀ ଆଚାରି ଦୁହେଁ ଗତ ମଙ୍ଗଳବାର ଗୋପାଳପୁର ବୁଲିବାକୁ ଆସିଥିଲେ। କିନ୍ତୁ କେଉଁ ପରିସ୍ଥିତିରେ ଦମୟନ୍ତୀ ସମୁଦ୍ରରେ‌ ବୁଡି ମୃତ୍ୟୁ ବରଣ କଲେ ତାହା ସନ୍ଦେହ ଘେରରେ ରହିଥିବା ବେଳେ ଘଟଣା ପରଠାରୁ ତାଙ୍କ ସ୍ୱାମୀ ଚିରଞ୍ଜିବୀ ମଧ୍ୟ ନିଖୋଜ ରହିଥିବା ଜଣାପଡିଛି। ‌

ଅନ୍ୟ ପଟେ ଆଜି ଚମାଖଣ୍ଡି ଥାନା ଅନ୍ତର୍ଗତ ଉପୁଲାପୁଟି ସମୁଦ୍ର କୂଳରେ ଗତକାଲି ଜଣେ ୫୦ ବର୍ଷିୟ ବ୍ୟକ୍ତିର ଗଳିତ ଶବ ଉଦ୍ଧାର ହୋଇଥିବା ବେଳେ ତାହା ଚିରଞ୍ଜିବୀଙ୍କର ନା ଆଉ କାହାର ଜଣା ପଡିନାହିଁ। ଗୋପାଳପୁର ପୁଲିସ ସମେତ ଚମାଖଣ୍ଡି ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Comments are closed.