ଟାଟା ପାୱାର ଦକ୍ଷିଣ ଓଡିଶା ବିତରଣ ସଂସ୍ଥା ପକ୍ଷରୁ ବେଳାଭୂମି ସଫେଇ

ଗୋପାଳପୁର: ଗୋପାଳପୁର ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ କରିବା ନେଇ ବୁଧବାର ଦିନ ଟାଟା ପାଓ୍ବାର ଦକ୍ଷିଣ ଓଡିଶା ସଂସ୍ଥା ପକ୍ଷରୁ ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଟାଟା ପାଓ୍ବର ପକ୍ଷରୁ ଗତ ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ କରାଯାଇଥିବା ତୁମର ଆଖପାଖକୁ ସଫା କର ଏବଂ ପ୍ଲାଷ୍ଟିକ୍ ମୁକ୍ତ କର ସ୍ଲୋଗାନ ଦେଇ ଆରମ୍ଭ କରାଯାଇଥିବା ମାସିକିଆ କାର୍ଯ୍ୟକ୍ରମ ଅବସରରେ ଆଜି ଗୋପାଳପୁର ବେଳାଭୂମିରେ ସଫେଇ କାର୍ଯ୍ୟ କରାଯିବା ସହ ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାରରୁ ଦୂରେଇ ରହିବାକୁ ସଚେତନତା ସୃଷ୍ଟି କରିଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟାଟା ପାଓ୍ବାର ମୁଖ୍ୟ ସଂଚାଳକ ମିଲନ୍ଦ କୁଲକର୍ଣ୍ନୀ, ମାନବ ସମ୍ବଳ ମୁଖ୍ୟ ଦୈତାରି ସାହୁ, ଗୋପାଳପୁର ବିଦ୍ୟୁତ ବିଭାଗ ଏସଡିଓ ହୃଷିକେଶ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ସୁରେଶ କୁମାର ଶତପଥୀ, ବି ଜଗନ୍ନାଥ ରେଡ୍ଡୀ, ଲାଇନ ମେନ ଚିନୁ ବେହେରା, ରଶ୍ମି ରଞ୍ଜନ ପରିଡା, ଅମ୍ବିକା ପଟ୍ଟନାୟକ, ସିମାନ୍ଚଳ ପାଢ଼ୀ, ଲକ୍ଷ୍ମୀ ନାହକ, ଚୈତନ୍ୟ ଦଳାଇଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ବେଳାଭୂମି ସଫେଇ ବେଳେ ପ୍ରାୟ ୫ ଶହ କିଲୋ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିବା ବେଳେ ସେଥି ମଧ୍ୟରୁ ପ୍ଲାଷ୍ଟିକ ୧୫୦ କେଜି, କାଚ ୧୫୦ କେଜି, ରବର ୫୦ କେଜି, ପଲିଥିନ ୫୦ କେଜି, ଅନ୍ୟାନ୍ୟ ୧୦୦ କେଜିି ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।

Comments are closed.