ଗୋପାଳପୁର ପୁଲିସର ଫୁଟ ପେଟ୍ରାଲିଂ

ଗୋପାଳପୁର: ମଙ୍ଗଳବାର ଅପରାହ୍ନରେ ଗୋପାଳପୁର ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଥାନା ପରିସରରୁ ମାର୍ଚିଙ୍ଗରେ ବାହାରି ବେଳାଭୂମି ଦେଇ ନଗର ପରିକ୍ରମା କରିଥିଲେ। ଆଗକୁ ଦଶହରା ପୂଜା, କୁମାର ପୂର୍ଣ୍ଣିମା ରହିଥିବାରୁ ମଦୁଆଙ୍କ ଉପଦ୍ରବ, ଅମାନିଆ ଗାଡ଼ିଚାଳକ ଓ ଜୁଆଡିଆଙ୍କୁ ସାବାଡ଼ କରିବା ପାଇଁ ଥାନା ପକ୍ଷରୁ ପଦକ୍ଷେପ ନିଆଯାଇଛି।

ଆଜି ପ୍ରଥମ ଦିନରେ ଅମାନିଆ ଗାଡ଼ି ଚାଳକ ଓ ମଦୁଆଙ୍କ ଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଆଗମୀ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପେଟ୍ରୋଲିଙ୍ଗ କଡାକଡି କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଏଥିରେ ଥାନା ଅଧିକାରୀଙ୍କ ସମେତ ଏସ ଆଇ ଜୟ ଚନ୍ଦ୍ର ମଲ୍ଲିକ, ମହେନ୍ଦ୍ର ବେହେରା, ଏଏସଆଇ ପ୍ରକାଶ ଚନ୍ଦ୍ର ଦାସ, ବି. ତ୍ରିପତି ରାଓ, ହାବିଲଦାର ଅଜୟ କୁମାର ଶତପଥୀ, ଅନିଶ୍ ଖାନ, କେ.ମଧୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.