ଜୁଆ ଆଡ୍ଡା ଉପରେ ଚଢ଼ାଉ, ୪ ଜୁଆଡି ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ପକ୍ଷରୁ ସୋମବାର ରାତିରେ ମାଟିଆ ମଦନମୋହନ ପୁରରେ ଚାଲିଥିବା ଏକ ଜୁଆ ଆଡ୍ଡା ଚଢ଼ାଉ କରାଯାଇ ୪ ଜୁଆଡିଙ୍କୁ ଗିରଫ କରାଯିବା ସହ ୧୧ ହଜାର ୮୦୦ ଟଙ୍କା ଜବତ କରାଯାଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଗିରଫ ଜୁଆଡିମାନେ ହେଲେ ବ୍ରହ୍ମପୁର ଲାଞିପଲ୍ଲୀ ଉମାନଗର ୩ୟ ଲେନର ସୁଶାନ୍ତ କୁମାର ପାତ୍ର ଓ ବିଭୂପ୍ରସାଦ ଦାସ, ମଦନମୋହନ ପୁରର ଜି ତିରୁପତି ରାଓ ଓ ଜି ରାମାଣା ହୋଇଥିବା ବେଳେ ଏହା ନେଇ ୨୭୮/୨୧ ରେ ଏକ ମାମଲା ରୁଜୁ କରାଯାଇଛି।

Comments
Loading...