ବଜ୍ରପାତରେ ଚାଷୀ ମୃତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କୋଳଥିଗାଁ ଗ୍ରାମର ଜୈନିକ ଚାଷୀଙ୍କ ବଜ୍ରପାତରେ ଘଟଣାସ୍ଥଳରେ ମୃତ୍ୟ ହୋଇଥିବା ଜଣାପଡିଛି। କୋଳିଥି ଗାଁର ୫ ଜଣ ଚାଷୀ ବିଲରୁ କାମକରି ପ୍ରାୟ ଅପରାହ୍ନ ୪ଟା ବେଳେ ଫେରୁଥିବା ସମୟରେ ଅଚାନକ ଘଡଘଡି ମାରିଥିଲା ଫଳରେ ପଛରେ ଆସୁଥିବା ମଝିଦାଣ୍ଡ ସାହିର ବୁଦ୍ଧିଆ ଦଳ ବେହେରା (୫୬) ଘଟଣା ସ୍ଥଳରେ ପଡ଼ି ଅଚେତ ହୋଇପଡ଼ିଥଲେ। ଘଟଣାସ୍ଥଳରେ ସମାଜ ସେବୀ ତଥା ଗ୍ରାମର ହରିଓଁ ଗ୍ରୁପ ସଦସ୍ୟମାନେ ଘଟଣା ନେଇ କନିଷି ତହସିଲଦାର ତାପସ ରାଉତଙ୍କୁ ଜଣାଇଥିଲେ। ଏହା ପରେ ରାଜସ୍ବ ନୀରିକ୍ଷକ ଘଟଣା ସ୍ଥଳେ ପହଂଚି ତଦନ୍ତ ପରେ ବିସ୍ତୃତ ବିବରଣୀ ନେଇ ତହସିଲଦାର ତାପସ କୁମାର ରାଉତଙ୍କୁ ଜଣାଇଥିବା ଜଣାପଡିଛି।

ଗ୍ରାମର ହରିଓଁ ଗ୍ରୁପର ସଦସ୍ୟମାନେ ବୁଦ୍ଧିଆଙ୍କୁ ବ୍ରହ୍ମପୁର ମେଡିକାଲକୁ ନେଇଥିଲେ କିନ୍ତୁ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗୋଳନ୍ଥରା ପୁଲିସ ବଡ ମେଡିକାଲରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ଜବତ କରିଥିଲେ। ରାତି ହୋଇଯାଇଥିବା ଯୋଗୁଁ ଶବ ବ୍ୟବଛେଦ ହୋଇପାରିନାହିଁl ଘଟଣା ସ୍ଥଳେ ହରିଓଁ ଗ୍ରୁପର କର୍ମକର୍ତା ଉପସ୍ଥିତ ରହିଥିବା ଜଣାପଡିଛିl

Comments are closed.