ଗୁଲାବ ବାତ୍ୟା: ଦିନ ତମାମ ପ୍ରଶାସନିକ ଅଧିକାରୀ ନାକେଦମ, ସନ୍ଧ୍ୟାରେ ସବୁ ଠିକ ଠାକ୍

ଗୋପାଳପୁର:  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସନ୍ଧ୍ୟାରେ ବିଶାଖାପାଟଣା ସନ୍ନିକଟ ଅଞ୍ଚଳରେ କୂଳ ଛୁଇଁଥିବା ଯୋଗୁଁ ଓଡିଶା ପ୍ରତି ଥିବା ବାତ୍ୟା ବିପତ୍ତି ଟଳି ଥିବା ସ୍ବତନ୍ତ୍ର ରିଲଫ କମିଶନର ଙ୍କ ସୂଚନା ପରେ ଗଞ୍ଜାମ ବାସୀ ସାମାନ୍ୟ ଆଶ୍ବସ୍ତ ଥିଲେ ମଧ୍ୟ ଆଜି ଦିନ ତମାମ ପ୍ରଶାସନିକ ଅଧିକାରୀ ସମେତ ପୁଲିସ ଅଧିକାରୀ ଲୋକଙ୍କୁ ବାତ୍ୟା ଗୁଲାବ ନେଇ ସଚେତନତା କରିବା ସହ ଅପରାହ୍ନରେ ସମୟରେ ଚିହ୍ନଟ ହୋଇଥିବା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ସହ ନିକଟବର୍ତ୍ତୀ ବିଦ୍ୟାଳୟ କୁ ସ୍ଥାନାନ୍ତରିତ କରିବା ପାଇଁ ନାକେଦମ ହେବାକୁ ପଡ଼ିଥିଲା। କିନ୍ତୁ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ  ଘୋଷଣା ପରେ ପରିସ୍ଥିତି ସବୁ ଠିକ ଠାକ୍ ହୋଇ ଯାଇଥିବା ଦେଖିବାକୁ ମିଳିଛି। ରଗେଂଇଲୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ଗତ ଦୁଇ ଦିନ ଧରି ବାତ୍ୟା ଗୁଲାବ ନେଇ ପ୍ରସ୍ତୁତି ପ୍ରକିୟା ଜୋର ଦାର କରିବା ସହ ଆଜି ସକାଳୁ ନିଜେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଙ୍କ ସମେତ ବିଭିନ୍ନ ବ୍ଲକ କର୍ମଚାରୀ ମାନେ ସମୁଦ୍ର କୂଳ ସନ୍ନିକଟ ୪୨ ଟି ଗାଁ ରେ ପହଞ୍ଚି ଲୋକଙ୍କୁ ବାତ୍ୟା ର ମୁକାବିଲା ନେଇ ସଚେତନତା କରିବା ସହ ଅପରାହ୍ନ‌୨ ଟା ପରେ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟ କୋଠାକୁ ସ୍ଥାନାନ୍ତରିତ ହେବାକୁ କୁହାଯାଇଥିଲା।

 

ଏହା ସହ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ରେ ଥିବା ୧୪ ଜଣ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା।ଏହା ସହ ୧୦ ଟି ପଞ୍ଚାୟତର ବିଭିନ୍ନ ଗାଁ ରେ କଚାଘରେ ରହୁଥିବା ୩୨୮ ପରିବାରକୁ କେବଳ ନିକଟସ୍ଥ ସୁରକ୍ଷିତ ସ୍ଥାନ ତଥା ବିଦ୍ୟାଳୟ କୋଠାକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ପ୍ରକାଶ କରିଛନ୍ତି।ଏହା ସହ ଆଜି ଦିନ ତମାମ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ,ସଦର ଏସଡିପିଓ ଜୟନ୍ତ ମହାପାତ୍ର ଙ୍କ ପକ୍ଷରୁ ଦିନ ତମାମ ଗାରମପେଟା,ମାର୍କଣ୍ଡି, ଅନ୍ତରାୟ ପୁର,ସୁନାପୁର ଓ ସୁନାପୁର ବେଳାଭୂମି ଅଞ୍ଚଳରେ ଲୋକଙ୍କୁ ସଚେତନତା କରିବା ସହ ବାତ୍ୟା ସମୟରେ ସୁରକ୍ଷିତ ସ୍ଥାନକୁ ଯିବାକୁ ମାଇକ ଯୋଗେ ପ୍ରଚାର କରିଥିଲେ। ସେହିପର  ଗୋପାଳପୁର ପୁଲିସ ପକ୍ଷରୁ ମଧ୍ୟ ଗୋପାଳପୁର ସମେତ ନୂଆ ବକ୍ସିପଲ୍ଲୀ,ନୂଆ ଗୋଳାବନ୍ଧ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରିବା ସହ ବାତ୍ୟା ସମୟରେ ସୁରକ୍ଷିତ ସ୍ଥାନକୁ ଯିବାକୁ ଆଇଆଇସି ମାଧବାନନ୍ଦ ନାୟକ ଓ ପୁଲିସ ଟିମ ପକ୍ଷରୁ ସଚେତନତା କରାଯାଇଥିଲା। ସୂଚନା ଅନୁଯାୟୀ ବାତ୍ୟା ଗୁଲାବ କଳିଙ୍ଗପାଟଣା ଠାରୁ ୨୫ କିମି ଦୂର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ମୁଦିଗୁଡା ଠାରେ ସନ୍ଧ୍ୟା ୬.୧୫ ମିନଟ ସମୟରେ ସ୍ଥଳ ଭାଗ ଛୁଇଁଥିଲା।

Comments are closed.