ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଅକ୍ଟୋବର ପହିଲାରୁ ଟିପ ଚିହ୍ନରେ ନିଆଯିବ ଉପସ୍ଥାନ

ଗୋପାଳପୁର: ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଆସନ୍ତା ଅକ୍ଟୋବର ୧ ତାରିଖ ଠାରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅଣଶିକ୍ଷକ ଓ ଶିକ୍ଷକମାନଙ୍କ ବାୟୋମେଟ୍ରିକ୍ ମେସିନରେ ପୁଣିଥରେ ଉପସ୍ଥାନ ନିଆଯିବ ବୋଲି ଜଣାପଡିଛି। ବିଶ୍ବବିଦ୍ୟାଳୟ ପରିସରରେ ଥିବା ପ୍ରଶାସନିକ କୋଠା ସହ ସମସ୍ତ ପିଜି ବିଭାଗ, ଗ୍ରନ୍ଥାଗାର, ହାୟର ସେକେଣ୍ଡାରୀ ସ୍କୁଲରେ ବାଇଓ ମେଟ୍ରିକ୍ ମେସିନ ଲାଗିଛି। ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯିବ। ଗତ ୩ ବର୍ଷ ତଳେ ବିଶ୍ଵବିଦ୍ୟାଳୟରେ ବାୟୋମେଟ୍ରିକ୍ ମେସିନ‌ ବ୍ୟବହାର ଆରମ୍ଭ କରାଯିବା ସହ କର୍ମଚାରୀଙ୍କ ଉପସ୍ଥାନ ନେବା ଆରମ୍ଭ କରାଯାଇଥିଲା। କିନ୍ତୁ ଗତ ବର୍ଷ କରୋନା ମହାମାରୀ ଯୋଗୁ ବାୟୋମେଟ୍ରିକ୍ ମେସିନ‌ରେ ଉପସ୍ଥାନ ଗ୍ରହଣ ନକରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଗତ ୧୩.୩.୨୦୨୦ରୁ ବନ୍ଦ ରହିଥିଲା।

ଏବେ ପୁଣିଥରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ନଂ ୩୮୦୬୦ ତା ୨୦/୯/୨୧ ପ୍ରକାରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କ ପକ୍ଷରୁ ବିଶ୍ବବିଦ୍ୟାଳୟରେ ବାୟୋମେଟ୍ରିକ୍ ମେସିନରେ ଉପସ୍ଥାନ ନେବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି।ବିଶ୍ୱବିଦ୍ୟାଳୟର ବିଭିନ୍ନ ସ୍ଥାନରେ ୨୨ଟି ବାୟୋ ମେଟ୍ରିକ୍ ମେସିନ ଲଗାଯାଇଛି।

Comments are closed.