ରଙ୍ଗେଇଲୁଣ୍ଡା ପଞ୍ଚାୟତରେ ମିଶନ ଶକ୍ତି କାର୍ଯ୍ୟକ୍ରମ

ଗୋପାଳପୁର: ରଙ୍ଗେଇଲୁଣ୍ଡା ପଞ୍ଚାୟତ ଅନ୍ତର ବାଟିଆ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ଆଜି ଅପରାହ୍ନରେ ୫୫ନଂ ଜିଲ୍ଲା ପରିଷଦ ଶଶି ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତିର ମହିଳାଙ୍କୁ ନେଇ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ରାଜନୀତି ସଚିବ ଡ.ଗୋପବନ୍ଧୁ ଦାସ ଯୋଗ ଦେଇ ଏହାର ପ୍ରଦିପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଡ.ଦାସ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ। ୩ ୟ ଲହରୀକୁ ନଜରରେ ରଖି ଘରକୁ ଘର ବୁଲି ସଚେତନତା କରିବା ସହ ପିଲାଙ୍କ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରତି ୧୫ ଦିନରେ ୱାର୍ଡ କମିଟି ପକ୍ଷରୁ ୱାର୍ଡରେ ଅଭିଯୋଗ ଶୁଣାଣୀ କରି ସମାଧାନ ପାଇଁ ଚେଷ୍ଟା କରିବେ ଯଦି ସମାଧାନ ନ ହୁଏ ତାହା ହେଲେ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ।

ମହିଳାମାନଙ୍କୁ ସଶକ୍ତିକରଣ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସମସ୍ତେ ସରକାରୀ ଯୋଜନା ପାଇ ପାରିବେ ସ୍ଵାସ୍ଥ୍ୟ, ଶିକ୍ଷା, ଜୀବିକା ନେଇ ଆଲୋକପାତ କରିଥିଲେ। ସ୍ବାଗତ ଭାଷଣ ଏସ.ରାମାରାଓ ପ୍ରଦାନ କରିଥିଲେ। ଏଥିରେ ବ୍ଲକ ବ୍ଲକ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ସିଡିପିଓ ଜ୍ୟୋସ୍ନା ପାଢ଼ୀ, ବିଇଓ ଡ. ପ୍ରଭାତୀ ମହାପାତ୍ର, ବିପିଏମ୍ ଅଜୟ କୁମାର ଦାସ, ଜିଲ୍ଲା ବିଜେଡି ସଭାନେତ୍ରି ସଂଘ ମିତ୍ରା ଦଳାଇ, ଅଧକ୍ଷା ସିଏଚ ଉଷା ରାଣୀ, ଉପାଧକ୍ଷ ଅଜିତ ଦାସ, ୫୪ ନଂ ଜିଲ୍ଲା ପରିଷଦ ମଞ୍ଜୁଶ୍ରୀ ଦଳେଇ, ପ୍ରକାଶ ସାମନ୍ତ ବିଜେଡି ଉପ ସଭାପତି, ପି. କମଳା ରେଡ୍ଡୀ, ଦିଲେଶ୍ଵର ରେଡ୍ଡୀ, ପ୍ରତାପ ଚନ୍ଦ୍ର କୋଠିଆ, ଯୁବ ବିଜେଡି ସଭାପତି ବିନୋଦ କୁମାର ମହlଙ୍କୁଡ଼, ପ୍ରଦୀପ୍ତl ରେଡ୍ଡୀ, କମଳା ସାହୁ,ଭାରତୀ ଦାସ, ବି. ଚନ୍ଦ୍ରେୟା ରେଡ଼ି, ରାମହରି ଦାସ, ଆର୍. ହିମାଂଶୁ ପ୍ରସାଦ ରାଓ, ଭି.ସର୍ବେଶ୍ଵର ରାଓ, ଜାନକୀ ରାମ, ଜି.ମୋହନଙ୍କ ସମେତ ବହୁ ୱାର୍ଡ଼ କମିଟି, ମହିଳା ସଙ୍ଘ, ୱାର୍ଡ ମେମ୍ବର, ସରପଞ୍ଚ, ସମିତି ମେମ୍ବର ଯୋଗ ଦେଇଥିଲେ। ପରେ ନିକଟସ୍ଥ ଅନ୍ତର ବାଟିଆ କାଳୀ ମନ୍ଦିର ପରିଦର୍ଶନ କରିଥିଲେ। ଏଥି ସହ କେଲୁଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କେଲୁଆପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ଅନୁରୂପ ଭାବେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

Comments are closed.