ବିଷଧର ସର୍ପ କାମୁଡାରେ ଯୁବଚାଷୀ ମୃତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଆମ୍ବପୁର ଗ୍ରାମର ଯୁବଚାଷୀ ଙ୍କ ସାପ କାମୁଡାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଚାଷୀ ଜଣକ ସୁରେଶ ଚନ୍ଦ୍ର ହୋତା(୪୧) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ମୃତ ସୁରେଶ ଗତ ସୋମବାର ଦିନ ନିଜ ଚାଷ କୁ ଚାଷ କାର୍ଯ୍ୟ ଦେଖିବାକୁ ଯାଇଥିବା ସମୟରେ ଏକ ବିଷଧର ସାପ ଗୋଡ଼କୁ କାମୁଡି ଦେଇଥିଲେ।ଘଟଣା ପରେ ପରିବାର ବର୍ଗ ତୁରନ୍ତ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ କିନ୍ତୁ ଚିକିତ୍ସିତ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।ଏହା ନେଇ ପରିବାର ପକ୍ଷରୁ ଗୋଳନ୍ଥରା ଥାନା ରେ‌ ଲିଖିତ ଅଭିଯୋଗ ପରେ ପୁଲିସ ପକ୍ଷରୁ ୩୦/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ସୁରେଶ ଙ୍କ ଶବକୁ ଜବତ କରିବା ସହ ଆଜି ବ୍ୟବଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ସୁରେଶଙ୍କ ଦାହ ସଂସ୍କାର କରାଯାଇଥିବା ଜଣାପଡ଼ିଛି।

Comments are closed.