ଚୋରି ଅଭିଯୋଗରେ ୨ ଅଟକ, ସାମଗ୍ରୀ ଜଵତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କିର୍ତ୍ତି ପୁର ଠାରେ ନିର୍ମାଣ ଧିନ ରହିଥିବା ଆଇଜର କ୍ୟାମ୍ପସ ପରିସରରୁ ଗତ କିଛି ଦିନ ଧରି ବିଭିନ୍ନ ସାମଗ୍ରୀ ଚୋରି ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହି କ୍ରମରେ ପୁଲିସ ପକ୍ଷରୁ ତନାଘନା ଚାଲିଥିବା ବେଳେ ଦୁଇ ଜଣ ଯୁବକ ଉକ୍ତ ଚୋରି ସାମଗ୍ରୀ ଗୁଡିକୁ ଏକ ଟ୍ରାକ୍ଟର(ଓଡି ୦୭ ସି ୬୨୩୫)ରେ ଭର୍ତ୍ତି କରି ବିକ୍ରି ପାଇଁ ନେବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି । ସେମାନଙ୍କୁ ପୁଲିସ ଅଟକ ରଖିଥିବା ବେଳେ ଦୁଇ ଯୁବକ ହନ୍ତୁଳୁ ଗ୍ରାମର ପ୍ରମୋଦ ବେହେରା ଓ ଦୂର୍ଯ୍ୟୋଧନ ରେଡ୍ଡୀ ବୋଲି ଜଣାପଡିଛି । ଅନ୍ୟ ପଟେ ଏହି ଦୁଇଜଣ ଆଇଜରକୁ ଶ୍ରମିକ ଭାବେ କାମ କରିବାକୁ ଯାଇ ବିଭିନ୍ନ ସମୟରେ ସାମଗ୍ରୀ ଚୋରି କରୁଥିବା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି ।

Comments are closed.