୭୫ତମ ସ୍ବାଧିନତାର ଅମୃତ ମହୋତ୍ସବ ଅବସରରେ ବିଶାଳ ତ୍ରିରଙ୍ଗା ପଦଯାତ୍ରା

ଗୋପାଳପୁର: ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ସାରା ଭାରତରେ ଆରମ୍ଭ କରାଯାଇଥିବା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ମହୋତ୍ସବକୁ ପାଳନ ପୂର୍ବକ ଲୋକଙ୍କ ମନରେ ଜାତୀୟତାବୋଧର ଭାବନା ଜାଗ୍ରତ କରିବା ପାଇଁ ଗୋପାଳପୁର ବିଜେପି ପକ୍ଷରୁ ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅବସରରେ ଆଜି ଆରଏସଏସ ପକ୍ଷରୁ ଗୋଳନ୍ଥରା ସ୍ଥିତ ଶ୍ରୀ ଈଶାଣେଶ୍ବର ମନ୍ଦିର ଠାରୁ ତ୍ରିରଙ୍ଗା ଯାତ୍ରା କନିଷି ହାଟ ସ୍ଥିତ ମାଁ ଗିରିଜା ବାସିନୀ ମନ୍ଦିର ଠାରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କନିଷି ଖଣ୍ଡର ଅମୃତ ମହୋତ୍ସବ ସମାରୋହ ସମିତି ତରଫରୁ ଆୟୋଜିତ ହୋଇଥିଲା। ଏଥିରେ ଅମୃତ ମହୋତ୍ସବ ସମାରୋହ ସମିତିର ସହ ସଂଯୋଜକ ଅଚ୍ୟୁତାନନ୍ଦ ମହାରଣାଙ୍କ ସମେତ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଗୋଳନ୍ଥରା, ମନ୍ତ୍ରୀଡ଼ି, ରଣ୍ଢା, ପଞ୍ଚମା ଓ କନିଷି ଶାଖାର ସ୍ବୟଂସେବକମାନେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲାର ସଭାପତି ବିଭୁତି ଭୁଷଣ ଜେନା ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ପ୍ରଧାନ, ଦୀପକ କୁମାର ଜେନା, ତ୍ରିପତି ଜେନା, ଅଶ୍ବିନୀ ପାତ୍ର, ତୁଫାନ ସେଠୀ, ଧର୍ମେନ୍ଦ୍ର ମହାନ୍ତି, ରାଜୀବ ଲୋଚନ ପଣ୍ଡିତ, ମନୋରଞ୍ଜନ ବିଶ୍ବାଳ, ଗଙ୍ଗାଧର ଶତପଥୀ,ରଜତ ପଣ୍ଡିତ ପ୍ରମୁଖ ଙ୍କ ସମେତ ଶତାଧିକ ଆରଏସଏସ କର୍ମୀ ଯୋଗ ଦେଇଥିଲେ।

Comments are closed.