ବିରଳ ପ୍ରଜାତିର ମାଛ ଚିହ୍ନଟ

ଗୋପାଳପୁର: ପାରାଦ୍ୱୀପ ସ୍ଥିତ ବଙ୍ଗୋପସାଗରରୁ ଏକ ସମ୍ପୂର୍ଣ ନୂତନ ପ୍ରଜାତି ର କୋଚିଆ ମାଛ (ରିଙ୍କୋକଂଗର ରାଣ୍ଡାଲି) ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ଦ୍ୱାରା ଚି଼ହ୍ନଟ କରାଯାଇଛି ବୋଲି ବୈଜ୍ଞାନିକ ଡ. ଅନିଲ ମହାପାତ୍ର ସୂଚନା ଦେଇଛନ୍ତି। ଗତ ୨୦୨୧ ମସିହାରେ ପାରାଦ୍ୱୀପ ମାଛ ଧାରା କେନ୍ଦ୍ରରୁ ମସ୍ୟଜୀବିମାନଙ୍କ ଦ୍ୱାରା ୨ ଟି କୋଚିଆ ମାଛ ୩୬-୪୦ ମିଟର ଗଭୀରରୁ ଉଦ୍ଧାର କରାଯାଇଥିଲା। ଯାହାକୁ ସ୍ୱରୂପ ରଞ୍ଜନ ମହାନ୍ତି ସେଠାରୁ ସଂଗ୍ରହ କରିଥିଲେ। ଏହାର ପରୀକ୍ଷା ନିରୀକ୍ଷା ନିମନ୍ତେ ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରକୁ ପଠା ଯାଇଥିଲା। ଏହି ମାଛ କେନ୍ଦ୍ରକୁ ଆସିବା ପରେ କେନ୍ଦ୍ରର ବୈଜ୍ଞାନିକ ଡ. ଅନିଲ ମହାପାତ୍ର, ଅବସରପ୍ରାପ୍ତ ବୈଜ୍ଞାନିକ ଶୁଭ୍ରେନ୍ଦୁ ଶେଖର ମିଶ୍ର, ବଜକୁଳ ମିଳନୀ ମହାବିଦ୍ୟାଳୟର ଆସିସଷ୍ଟାଣ୍ଟ ପ୍ରଫେସର ଡ.ଦୀପାଞ୍ଜନ ରାୟ ଏବଂ ସ୍ମୃତିରେଖା ଆଚାର୍ଯ୍ୟମାନଙ୍କ ଦ୍ୱାରା ମିଳିତ ଭାବେ ଏହି ମାଛ ଉପରେ ଅଧିକ ଗବେଷଣା କରା ଯାଇଥିଲା। ଗବେଷଣା ଶେଷରେ ଏହା ପୂର୍ବରୁ ଉଦ୍ଧାର କରାଯାଇଥିବା ସମ ପ୍ରଜାତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ନୂଆ ଏକ କୋଚିଆ ମାଛ ବୋଲି ଜଣା ପଡିଥିଲା। ଏହା ନୂତନ ପ୍ରଜାତିର ହୋଇ ଥିବାରୁ ଏହାର ନାମ କରଣ ଆମେରିକାର ପ୍ରସିଦ୍ଧ ମତ୍ସ୍ୟ ବିଜ୍ଞାନୀ ଜନ ଏରନେଷ୍ଟ ରାଣ୍ଡାଲଙ୍କ ନାମ ଅନୁସାରେ କରାଯାଇଥିଲା।

 

ଏହି ମାଛର ମେରୁଦଣ୍ଡ ରେ ୧୨୫ ରୁ ୧୩୬ ଖଣ୍ଡ ହାଡ ରହିଥିବା ଏବଂ ଲମ୍ବ ପ୍ରାୟ ୫୯୬ ରୁ ୫୯୯ ମିଲି ମିଟର ରହିଥାଏ। ଏହାର ଶରୀର ର ଉପର ପାର୍ଶ୍ୱ ଲାଲ ଧୂସର ରଙ୍ଗ ଏବଂ ପେଟ ପଟ ଧଳା ରଙ୍ଗl ଆଖି ବହୁତ ବଡ ଏବଂ କଳା ରଙ୍ଗ। ଏହାର ପଞ୍ଚଭୁଜ ଆକାର ପରି ଦାନ୍ତ ସମ ପ୍ରଜାତି ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଯାହାକି ଏବେ ଖ୍ୟାତି ସମ୍ପନ୍ନ ଆନ୍ତର୍ଜାତୀୟ ପତ୍ରିକା ଜୁଟ୍ୟାକ୍ସଆ ରେ ପ୍ରକାଶିତ ହୋଇଛି। ଏହି ମାଛ ର ଆବିଷ୍କାର ପରେ ବିଶ୍ୱରେ ଏହି ପ୍ରଜାତି ର ସଂଖ୍ୟା ସମୁଦାୟ ୯ କୁ ପହଞ୍ଚି ଥିବା ବେଳେଏହି ମାଛ ବିିିିଷାକ୍ତ ନୁହେଁ ବୋଲି ବୈଜ୍ଞାନିକ ଡ. ଅନିଲ ମହାପାତ୍ର ପ୍ରକାଶ କରିଛନ୍ତି।

Comments are closed.