ନାରାୟଣପୁର-ହରିପୁର ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ବର୍ଷା ଜଳ ପ୍ରବାହିତ

ଗୋପାଳପୁର:ନାରାୟଣପୁର ଛକ ଠାରୁ ହରିପୁର ସଂଯୋଗ କରୁଥିବା ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଲୋକେ ବିପଦ ସଂକୁଳ ଅବସ୍ଥାରେ ଉକ୍ତ ରାସ୍ତାରେ ଯାତାୟତ କରୁଛନ୍ତି। ସୂଚନାଯୋଗ୍ୟ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗତ ୪ ବର୍ଷ ହେଲା ଉକ୍ତ ରାସ୍ତାର ଦୁଇଟି ସ୍ଥାନରେ ଦୁଇଟି ଉଚ୍ଚ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଆଜି ଯାଏଁ ଏହାର ନିର୍ମାଣ କାର୍ଯ୍ୟ ସରି ପାରୁନାହିଁ। ଯାହାଫଳରେ ବର୍ଷା ଦିନରେ ଆଖପାଖ ଅଞ୍ଚଳର ବର୍ଷାଜଳ ତଳୁଆ ପୋଳ ଦେଇ ଯାଉଥିବା ସହ ଅଧିକ ବର୍ଷା ଜଳ ହେଲେ ପୋଲ ଉପରେ ଦେଇ ପ୍ରବାହିତ ହେଉଛି। ଗତ ୨ ବର୍ଷ ହେଲା ହରିପୁର ସମେତ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଉପୁଲାପୁଟି, କାଳିପଲ୍ଲୀ, ବଡପୁଟି ପ୍ରଭୃତି ଅଞ୍ଚଳବାସୀ ସମେତ ହରିପୁରରେ ରହୁଥିବା ଗୋପାଳପୁରର ପୂର୍ବତନ କଂଗ୍ରେସ ବିଧାୟକ ଡ଼ ତ୍ରିନାଥ ବେହେରା ମଧ୍ୟ ଅନେକ ଥର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଲିଖିତ ଭାବେ ଅଭିଯୋଗ ଜଣାଇ ତୁରନ୍ତ ପୋଲ ନିର୍ମାଣ କାର୍ଯ୍ୟ ସାରିବାକୁ ଦାବି ଜଣାଇଛନ୍ତି।

Comments are closed.