ଫାଙ୍କା ପଡିରହିଛି ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, ଟିଏମସିରେ ରହିବାକୁ ରାଜି ନୁହଁନ୍ତି ପ୍ରବାସୀ

ଗୋପାଳପୁର: ଓଡିଶା ଆନ୍ଧ୍ର ସିମାନ୍ତ ଗିରିସୋଲା ଠାରେ ଜିଲା ପ୍ରଶାସନ ପକ୍ଷରୁ ଚେକ ପୋଷ୍ଟ ସ୍ଥାପନ ସହ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ପଞ୍ଜିକରଣ କରାଯିବା ସହ ରଙ୍ଗେଇଲୁଣ୍ଡା ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ପ୍ରବାସୀ ଙ୍କୁ ୭ ଦିନିଆ ଓ ୧୪ ଦିନିଆ ସଗଂରୋଧ ରଖିବାକୁ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ଏହା ମଧ୍ୟରେ ୫ ଦିନ ବିତିବାକୁ ଯାଉଥିବା ବେଳେ ପାଲୁର ଠାରେ ନିର୍ମିତ ହୋଇଥିବା ବିଜୁ ପଟ୍ଟନାୟକଙ୍କ ଆଦର୍ଶ ବିଦ୍ୟାଳୟ ଟିଏମସି ରେ ଗୋଟିଏ ହେଲେ ପ୍ରବାସୀ ରହିନାହିଁନ୍ତି। ସ୍ବତନ୍ତ୍ର ରିଲଫ କମିଶନରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରୁ ଆସୁଥିବା ପ୍ରବାସୀ ଓଡିଆ ମାନଙ୍କ ପ୍ରଥମେ ଚେକ ପୋଷ୍ଟ ରେ‌ ପଞ୍ଜିକରଣ କରାଯିବା ସହ ଯେଉଁ ମାନେ କରୋନାର ଦୁଇଟି ଟିକା ଓ କୋଭିଡ ନେଗେଟିଭ ରିପୋର୍ଟ ଆଣିଥିବା ଲୋକଙ୍କୁ ୭ ଦିନିଆ ସଗଂରୋଧ ଓ ଅନ୍ୟ ମାନଙ୍କୁ ୧୪ ଦିନିଆ ସଗଂରୋଧ ରେ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହାକୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଚେକ ପୋଷ୍ଟ ରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀ ଙ୍କ ପଞ୍ଜିକରଣ ଆରମ୍ଭ କରାଯାଇଥିଲା।

 

କିନ୍ତୁ ଚେକ ପୋଷ୍ଟ ରେ ଠିକ ଭାବେ ପ୍ରବାସୀ ଙ୍କ ପଞ୍ଜିକରଣ ହେଉନଥିବା ଏବଂ ଗଳାବାଟ ସହ ଚାଲି ଚାଲି ପ୍ରବାସୀ ମାନେ ଓଡ଼ିଶା ସିମାରେ ପ୍ରବେଶ କରୁଥିବା ଖବର‌ ପ୍ରସାରଣ ପରେ ଜିଲ୍ଲାପାଳ ବିଜୟ ଅମୃତା କୁଲେଗଂ, ପୁଲିସ ଡିଆଇଜି ସତ୍ୟବ୍ରତ ଭୋଇ, ଏବଂ ପୁଲିସ ଡିଜି ଅଭୟ ପ୍ରମୁଖ ଲଗାତର ତିନିଦିନ କାଳ ଚେକ ପୋଷ୍ଟ ପରିଦର୍ଶନ ସହ ସେଠାରେ ନିୟୋଜିତ ରହିଥିବା ପୁଲିସ ସଠିକ କାମ କରୁଥିବା ପ୍ରକାଶ କରିଥିଲେ। ଏହା ସହ ଘୋଷଣାର ତିନିଦିନ ପରେ ଶନିବାର ଠାରୁ ପାଲୁର ଠାରେ ଥିବା ବିଜୁପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ହୋଇଥିବା ଅସ୍ଥାୟୀ ଟିଏମସି ସେଣ୍ଟର ରେ ରବିବାର ସଂଧ୍ୟା ସୁଦ୍ଧା କୈାଣସି ପ୍ରବାସୀ ରହିନଥିବା ଜିଲ୍ଲା ଓ୍ବେଲଫର ଅଫିସର ପରୀକ୍ଷିତ ଦାସ ନିଜ‌ ପ୍ରତିକ୍ରିୟା ରେ‌ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ବ୍ଲକ ପ୍ରଶାସନ ପକ୍ଷରୁ ଗତ ଏକ ସପ୍ତାହ ମଧ୍ୟରେ ନିଜ ନିଜ ଘରକୁ ଫେରିବା ପ୍ରବାସୀ ଓଡିଆ ମାନଙ୍କୁ ଫୋନ ଯୋଗେ କଥା ହୋଇ ଟିଏମସି ରହିବାକୁ ଅନୁରୋଧ କରୁଥିଲେ ମଧ୍ୟ କୈାଣସି ପ୍ରବାସୀ ଏଥି ପ୍ରତି ରାଜି ହେଉନଥିବା ସହ ସେମାନେ ସମସ୍ତେ ସୁସ୍ଥ ରହିଥିବା ସହ ନିଜ ନିଜ ଘରେ ସଗଂରୋଧ ରହିଥିବା କହୁଥିବା ଜୈନିକ ବ୍ଲକ କର୍ମଚାରୀ ସହ‌ ଆଲୋଚନା ବେଳେ ଜଣାପଡିଛି। ଏଣୁ ଯେଉଁ ପ୍ରବାସୀ ଚେକ ପୋଷ୍ଟ ରେ ନିଜର ନାମ ପଞ୍ଜିକରଣ କରୁଛନ୍ତି ତୁରନ୍ତ ଚେକ ପୋଷ୍ଟ ପରିସରରୁ ସିଧା ଟିଏମସି ସେଣ୍ଟର କୁ ନିଆ ଯିବାର ବ୍ୟବସ୍ଥା କରାଗଲେ ପ୍ରବାସୀ ମାନେ ସେଠାରେ ରହିବା ସହ ସେମାନଙ୍କ ପାଇଁ ଅନ୍ୟ ମାନେ ଅସୁବିଧାର ସମ୍ମୁଖୀନ ନହେବା ସହ କରୋନା ସଂକ୍ରମଣ ର ଭୟ ରହିବ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହା ସହ କେତେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ପ୍ରବାସୀ ଓଡିଆ ଘରକୁ ଫେରିଛନ୍ତି ତାହା ନେଇ କୈାଣସି ତଥ୍ୟ ଜିଲା ପ୍ରଶାସନ ପକ୍ଷରୁ ସାର୍ବଜନୀନ କରାଯାଉନଥିବାରୁ ଏହାର କୈାଣସି ସଠିକ ତଥ୍ୟ ଜଣାପଡୁନାହିଁ।

Comments are closed.