ଗୋପାଳପୁର ମହାବିଦ୍ୟାଳୟର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ

ଗୋପାଳପୁର: ଗୋପାଳପୁର ମହାବିଦ୍ୟାଳୟ ର ୪୦ ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବିପ୍ର ଚରଣ ମହାଙ୍କୁଡ଼ଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଥିଲା।ଏହି ଅବସରରେ ଅଧକ୍ଷ ପ୍ରତିଷ୍ଠାତାଙ୍କ ସ୍ମୃତି ଚାରଣ କରି ସେମାନଙ୍କ ତ୍ୟାଗ ଓ ଶିକ୍ଷାର ପ୍ରସାର ନିମନ୍ତେ କରିଥିବା ଚେଷ୍ଟାକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଏହି ମହାବିଦ୍ୟାଳୟ ଏକ ଉତ୍କୃଷ୍ଟ ଶିକ୍ଷା କେନ୍ଦ୍ର ରୂପେ ପରିଗଣିତ କରିବା ପାଇଁ ଅଧ୍ୟାପକ ଓ କର୍ମଚାରୀଙ୍କୁ ଆହ୍ବାନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ଡ.ପିତାମ୍ବର ବିଷୋୟୀ ଯୋଗ ଦେଇ କଲେଜର କୀର୍ତ୍ତି ସମୂହକୁ ବଖକ୍ଷଣିଥିଲେ।

 

ଏହି ଅବସରରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଚ୍ଚତ୍ତରର କଳାନୈପୁଣ୍ୟ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ସର୍ମିଳା ମିଶ୍ର ଓ ସୁନୀତା ପଟ୍ଟନାୟକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ୟ୍ୟକ୍ରମକୁ ଡ.ରାମଚନ୍ଦ୍ର ଜେନା ଓ ଡ.ପ୍ରଦୀପ୍ତ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଉମା କାନ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Comments are closed.