ବ୍ରହ୍ମପୁର ଏସପିଙ୍କ ଗୋପାଳପୁର ଥାନା ପରିଦର୍ଶନ

ଗୋପାଳପୁର: ବ୍ରହ୍ମପୁର ଏସପି ପିନାକା ମିଶ୍ର ଆଜି ଅପରାହ୍ନରେ ଗୋପାଳପୁର ଥାନାକୁ ଅଚାନକ ଗସ୍ତ କରି ଥାନାଧକାରୀ ଶ୍ରୀକାନ୍ତ ଖମାରିଙ୍କ ସହ ଥାନା ଅଞ୍ଚଳରେ ନିର୍ବାଚନର ବାତାବରଣ, ଉତ୍ତେଜନା ପ୍ରବଣ ବିଭିନ୍ନ ଅଞ୍ଚଳ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ତାହା ସହ ଥାନାରେ ଲଗାଯାଇଥିବା ସିସି କ୍ୟାମେରା କୁ ଯାଞ୍ଚ କରିବା ସହ ଥାନା ପାର୍ଶ୍ଵରେ ରହିଥିବା ପୁରୁଣା କର୍ମଚାରୀ କୋଠାକୁ ଭଙ୍ଗା ଯାଇ ନୂତନ କୋଠା ନିର୍ମାଣ ପାଇଁ ସ୍ଥାନ ବୁଲି ଦେଖିଥିଲେ। ଏ ନେଇ ବ୍ରହ୍ମପୁର ଏସପିଙ୍କ ସହ ଆଲୋଚନା ବେଳେ ଦୀର୍ଘ ବର୍ଷର ଥିବା ପୁରଣା କୋଠାକୁ ଭାଙ୍ଗାଯାଇ ପ୍ରାୟ ଦୁଇ କୋଟି ଟଙ୍କା ବ୍ୟୟରେ ନୂତନ କୋଠା ନିର୍ମାଣ କରାଯିବ ବୋଲି ସୂଚନା ଦେଇଥିଲେ। ଏଥି ସହ ଥାନାର ଭିତର ଏବଂ ବାହାରେ ସମ୍ପୂର୍ଣ୍ଣ ଅଞ୍ଚଳ ସିସି କ୍ୟାମେରା ପରିସରରେ ମଧ୍ୟରେ ରହିବ ସେ ନେଇ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହାର ଅପରେଟିଂ ଓ କଣ୍ଟ୍ରୋଲ ସିଷ୍ଟମ୍ ବ୍ରହ୍ମପୁର ଡିପିଓ କାର୍ଯ୍ୟାଳୟ ସହ ଭୁବନେଶ୍ଵର ମୁଖ୍ୟାଳୟରେ ରହିବ ବୋଲି ମତପୋଷଣ କରିଥିଲେ। ଏହା ଦ୍ବାରା ଅପରାଧୀ ମାନଙ୍କ ଚାଲିଚଳନ ସହ ପୁଲିସର ଅପରାଧୀ ଏବଂ ଅଭିଯୋଗକାରୀଙ୍କ ପ୍ରତି କିପରି ବ୍ୟବହାର ରହୁଛି ତାହା ଜଣାପଡ଼ିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।

Comments are closed.