ମକର ସଂକ୍ରାନ୍ତିରେ ଗୋପାଳପୁର ବେଳାଭୂମି ଶୂନଶାନ

ଗୋପାଳପୁର: କରୋନାର ତୃତୀୟ ଲହରକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମ୍ବୃତା କୁଲାଙ୍ଗେ ଗୁରୁବାର ଠାରୁ ସୋମବାର ପଯ୍ୟନ୍ତ ପର୍ଯ୍ୟଟକଙ୍କୁ ବେଳାଭୂମି ବାରଣ ପାଇଁ ଅଟକଣା ଜାରି କରାଯାଇଛି। ଆଜି ତେଲୁଗୁ ସମ୍ପ୍ରଦାୟର ପର୍ବ ମକର ସଂକ୍ରାନ୍ତି ଥିବାରୁ ଆଜି ସକାଳୁ ଆଖପାଖ ଅଞ୍ଚଳର ଓ ପର୍ଯ୍ୟଟକଙ୍କ ସମେତ ପରିବାର ସହ ବେଳାଭୂମି ମୁହାଁ ହୋଇଥିଲେ କିନ୍ତୁ ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନେତୃତ୍ୱରେ ଆଜି ସକାଳରୁ ସ୍ଥାନୀୟ ଗୋପାଳପୁର କଲେଜ ଛକ ଓ ବେଳାଭୂମିରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇ ବେଳାଭୂମି ପ୍ରବେଶ ଉପରେ ବାରଣ କରାଯିବା ସହ ଲୋକଙ୍କୁ ଫେରାଇ ଦିଆଯାଇଥିଲା।

ସ୍ଥାନୀୟ ଲୋକଙ୍କୁ ପରିଚୟ ପତ୍ର ଦେଖି ଛଡାଯାଉଥିବା ଦେଖିବାକୁ ମିଳିଛି। କିନ୍ତୁ ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରଶାସନର କଟକଣା ଯୋଗୁଁ ଗୋପାଳପୁର ବେଳାଭୂମି ପରିବର୍ତ୍ତେ ଗୋପାଳପୁର ଠାରୁ ୫୦୦ ମିଟର ଦୂର ତଥା ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁର ବେଳାଭୂମିରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ ଗତ ଦୁଇବର୍ଷ ହୃଲା କରୋନା ସଂକ୍ରମଣ ରୋକିବାକୁ ବେଳାଭୂମି ପ୍ରବେଶ ଉପରେ କଟକଣା ଜାରି କରାଯିବା ଫଳରେ ପର୍ଯ୍ୟଟକ ସମେତ ଆଖପାଖ ଅଞ୍ଚଳ‌ବାସୀ ଗୋପାଳପୁର ନିକଟବର୍ତ୍ତୀ ହରିପୁର ସମେତ ଧବଳେଶ୍ଵର, ଗାରାମାପେଟା ପରି ବେଳାଭୂମିରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି।

Comments are closed.