ଚକଖଡ଼ିର ସୁନ୍ଦର ନିଖୁଣ କାରିଗରୀ ମାଧ୍ୟମରେ କରୋନା ଟୀକା କରଣର ୧୫୦ କୋଟି ପାର ନେଇ ଶୁଭେଚ୍ଛା

ଗୋପାଳପୁର: ଦେଶରେ ୧୫୦ କୋଟି କରୋନା ଟୀକାକରଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ଶୁଭେଚ୍ଛା ଜଣାଇବା ନିମନ୍ତେ ଶିତଳାପଲ୍ଲୀ ଠାରେ ଥିବଖ ପିଏମ୍ଇସି ଇଲେକ୍ଟ୍ରିକାଲ ବିଭାଗ ଛାତ୍ର କେ ବିଜୟ କୁମାର ରେଡ୍ଡୀଙ୍କ ପକ୍ଷରୁ ଏକ ନିଆରା ଢଙ୍ଗରେ ଚକଖଡିରେ ସୁନ୍ଦର କଳାକୃତି କରି ସମସ୍ତଙ୍କ ଦୃଷ୍ଟିର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ବିଜୟ କେବଳ ଗୋଟିଏ ଦିନର ତିନି ଘଣ୍ଟା ମଧ୍ୟରେ ଏକ ଚକ କାରିଗରୀ କରି ଦେଶବାସୀଙ୍କୁ ଓ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ନିଖୁଣ କାରିଗରୀ ଓ କାରିଗରୀ ମାଧ୍ୟମରେ ସଚେତନତା କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହିଛି।

ବିଜୟ ନିଜର ସୁକ୍ଷ୍ମ କାରିଗରୀ ମାଧ୍ୟମରେ ଅତି ନିକଟରେ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡ଼ ପାଇଁ ମନୋନୀତ ହୋଇଥିବା ସୂଚନା ମଧ୍ୟ ଦେଇଛନ୍ତି। ଆଗାମୀ ଦିନରେ ଉକ୍ତ ଦୁଇ ସସ୍ଥା ପକ୍ଷରୁ ବିଜୟଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ବିଜୟଙ୍କ ଏପରି ପ୍ରୟାସ ଓ ଇଛା ଶକ୍ତି ଦେଖି ପରିବାର ଲୋକେ ପ୍ରେରଣା ଯୋଗାଇ ଦେବା ସହ ଅଞ୍ଚଳରବାସୀ ଖୁସି ହେଉଛନ୍ତି। ଏହାକୁ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ଓ ମହାବିଦ୍ୟାଳୟ ଇମାଜିକ୍ସ ସଂଯୋଜକ ଡ଼ ସାଗର ମୁର୍ମୁ ପ୍ରଶଂସା କରିଛନ୍ତି। ବିଜୟଙ୍କ ଦ୍ଵାରା ପ୍ରସ୍ତୁତ ଏ କାରିଗରୀ ଆଗାମୀ ଦିନରେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଉପହାର ସ୍ୱରୂପ ଦେବେ ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ବିଜୟ ଏହା ପୂର୍ବରୁ ଅନେକ ସମୟରେ ଚକଖଡି ମାଧ୍ୟମରେ ଅନେକ କଳାକୃତି ନିର୍ମାଣ କରି ଲୋକଲୋଚନକୁ ଆସିଥିବା ବେଳେ ପ୍ରଶଂସାର ପାତ୍ର ପାଲଟିଛନ୍ତି।

Comments are closed.