ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଓ ମହିଳା ଆଥଲେଟିକ ମିଟ ଉଦଘାଟିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଦୁଇ ଦିନିଆ ୫୩ତମ ଆନ୍ତଃ ମହାବିଦ୍ୟାଳୟ ଏଥେଲେଟିକ ମିଟ ଆଜି ଉଦଘାଟିତ ହୋଇଯାଇଛି। ଆୟୋଜିତ ଉଦଘାଟନି ଦିବସରେ କ୍ରିଡା ପରିଷଦ ସମ୍ପାଦକା ଡ଼ ଶେଷଦେବ ପାତ୍ର ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରି ପ୍ରତିଯୋଗୀମାନେ ଖେଳ କୁଦ କରିବା ଦ୍ୱାରା ମାନସିକ ଓ ଶାରିରୀକ ସୁୁସ୍ଥ ରହିବା ସହ ଖେଳରେ ଜିତହାର ରହିଛି କିନ୍ତୁ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରତିଯୋଗୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କେ.ରବି କୁମାର ଯୋଗ ଦେଇ ଖେଳ ଦ୍ୱାରା ସେ ଚାକିରୀ କରିଥିବା ଉଦାହରଣ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପି ଇ ଓ ରବି ଚରଣ ମିଶ୍ର, ସହ କୁଳସଚିବ ଡ. ସରୋଜ କୁମାର ଦାଶ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପିଜି ବିଭାଗ ସହ ୪୫ଟି ମହାବିଦ୍ୟାଳୟରୁ ୨୬୭ ପୁରୁଷ ଓ ୧୬୩ ମହିଳା ଭାଗ ନେଇଛନ୍ତି, ପ୍ରତିଯୋଗିତାରେ ପୁରୁଷ ବିଭାଗରେ ୧୬ଟି ଓ ମହିଳା ବିଭାଗରେ ୧୦ଟି ଇଭେଣ୍ଟ ଅନୁଷ୍ଠିତ ହେବ। ଆଜିର ଉଦଘାଟନୀ ଦିବସ ରେ ୧୫୦୦ ମିଟର ଦୌଡ ପୁରୁଷ ବର୍ଗରେ ଗଞ୍ଜାମ କଲେଜର ଛାତ୍ର ଧିରେସ ପ୍ରଧାନ ପ୍ରଥମ ହୋଇଥିବା ବେଳେ, ଉମରକୋଟ୍ କଲେଜର ଶିବ ପୂଜାରୀ ଦ୍ବିତୀୟ, କୋରାପୁଟ କଲେଜର ଅନିଲ ଟାକ୍ରା ତୃତୀୟ। ସଟଫୁଟରେ ଖେମୁଣ୍ଡି କଲେଜ ଦିଗପହଣ୍ଡିର ଚନ୍ଦନ ସାହୁ, ଚିକିଟି କଲେଜର ପୁଷ୍ପିତ ତ୍ରିପାଠୀ, ରାମ ନାରାୟଣ କଲେଜ ଡୁରା ଟି. ପୁରୋଷତମ ରେଡି ପ୍ରମୁଖ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ, ଲମ୍ବ ଡିଆଁରେ ଆଦିବାସୀ କଲେଜ ବାଲିଗୁଡା ଆଶିଷ ବେହେରା ,ଭଞ୍ଜନଗର କଲେଜ ପିଣ୍ଟୁ ରାଉତ, ରାୟଗଡ଼ା କଲେଜର ପଞ୍ଚୁ ମାଝି ପ୍ରମୁଖ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ।

ଡିସକସ ଥ୍ରୋରେ ବସନ୍ତ କୁମାର, ଅମିର ମଲିକ ପ୍ରମୁଖ ପ୍ରଥମ, ଦ୍ବିତୀୟ ଓ ତୃତୀୟ ,୫୦୦୦ ମିଟର ଦୌଡ ରେ ସାଇ କିରଣ ସାହୁ, ବିଡ଼ିକା ସିଧୁ, କମେଶ୍ୱର କହଁର ପ୍ରଥମ, ଦ୍ବିତୀୟ ଓ ତୃତୀୟ ,ମହିଳା ବର୍ଗରେ ଜାଭିଲିଙ୍ଗ୍ ଥ୍ରୋ ରେ ୧ମ ସମାରି ହଜାରିଆ ,୨ୟ ଅନୁରାଧା ଜିଲାକର ,୩ୟ ସ୍ରଧାଞଳୀ ପ୍ରଧାନ , ଲମ୍ବା ଡିଆ ରେ ୧ମ ରମ୍ବିତି ହରିଜନ ,୨ୟ ପ୍ରିୟ ଲତା ନାୟକ ,୩ୟ ଜୟମଣି ବାତ୍ରା ପେଣ୍ଡ୍ର।ଣି , ସଟଫୁଟ ରେ ୧ମ ଶୁସlନ୍ତି ସୁନ୍ଦରୀ ପ୍ରଧାନ ,୨ୟ ସୁଷମା ସାନ୍ତା ପେଣ୍ଡ୍ର।ଣି ,୩ୟ ପ୍ରତିମା ଦାସ, ଉଚ୍ଚଡିଆଁ ୧ ମ ସମାରି ହଜାରିଆ ,୨ୟ ଅନୁରାଧା ଜିଲlକର ,୩ୟ ପ୍ରଜ୍ଞା ଜାନୀ ପ୍ରମୁଖ ଚୟନ ହୋଇଛନ୍ତି।ଅଫିସିଆଲ ଭାବେ ମନୋଜ ଶତପଥୀ,ଗଣେଶ ସାହୁ,ବିକ୍ରମ ପରିଡ଼ା,ମନୋଜ ତ୍ରିପାଠୀ,ହରେ କୃଷ୍ଣ ପାମୁଲୁ,ବିନୋଦ ଦୋରା,ରାଜେଶ ନାୟକ,କୁନା ପାଢ଼ୀ,ବି.ମୋହନ ରାଓ,ରବି ବେହେରା, ଟି. ଶିବା ନନ୍ଦ ବର୍ମା,କୃଷ୍ଣ ସାହୁ, ସୁଧାକର ବିଷୋୟୀ,ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଏସ. କ୍ରିଷ୍ଣା ରେଡି ପ୍ରମୁଖ ଉପସ୍ଥିତ ରହି ସହୋଜୋଗ କରିଥିଲେ।

Comments are closed.