ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୁରୁଷ ବ୍ୟାଡମିଣ୍ଟନ ଦଳର ଗୌହାଟି ଗସ୍ତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ପୁରୁଷ ବ୍ୟାଡମିଣ୍ଟନ ଦଳ ଆଜି ଗୌହାଟି ଗସ୍ତ କରିଛି। ଗୌହାଟି ସ୍ଥିତ ରୟାଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଚଳିତ ମାସ ୨୭ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଏହି ଦଳ ଭାଗ ନେବେ। ଗସ୍ତ କରିଥିବା ଦଳରେ ଆଦିବାସୀ କଲେଜ୍ ବାଲିଗୁଡାର ସୁଶାନ୍ତ ନାୟକ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପିଜି ବିଭାଗର ସତ୍ୟବ୍ରତ ପାଢ଼ୀ, କୋରାପୁଟ ସରକାରୀ ମହାବିଦ୍ୟାଳୟରୁ ଏ. ଗୌତମ, ବ୍ରହ୍ମପୁର ଇମ୍ପିରିଆଲ୍ କଲେଜରୁ ବିଶାଳ ବେହୁରା ଓ ଏସ.ସିଦ୍ଧାର୍ଥ ରେଡ୍ଡୀ, ମ୍ୟାନେଜର ଭାବେ ଖଲିକୋଟ ଆରସିଏମସାଇନ୍ସ କଲେଜର ଖେଳ ଶିକ୍ଷକ ଜଗଦୀଶ ମିଶ୍ର, କୋଚ୍ ଭାବେ ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଖେଳ ଶିକ୍ଷକ ଶିବ ପ୍ରସାଦ ବେହେରା ଗସ୍ତ କରିଛନ୍ତି। କ୍ରୀଡା ପରିଷଦ ପକ୍ଷରୁ କ୍ରୀଡା ପରିଷଦର ସମ୍ପାଦକ ଡ଼ଃ.ଶେଷଦେବ ପାତ୍ର, ସହ କୁଳସଚିବ ଡ଼ଃ ସରୋଜ କୁମାର ଦାଶ, ରାଜେଶ ମହାନ୍ତି, ଏସ.କ୍ରିଷ୍ଣା ରେଡ୍ଡୀ, ରବି ଚରଣ ମିଶ୍ର, ସିଦ୍ଧାର୍ଥ ଶଙ୍କର ପାଢ଼ୀ, ବିକ୍ରମ ପରିଡ଼ା ପ୍ରମୁୁୁଖ ଶୁଭେଛା ଜଣାଇଛନ୍ତି।

Comments are closed.