ବିଜେଡି ଯୋଗ ଦେଲେ ଏସ. ଧର୍ମରାଜ ରେଡ଼ିଙ୍କ ସହ ଶତାଧିକ କର୍ମୀ

ଗୋପାଳପୁର: କରାପଲ୍ଲୀ ସ୍ଥିତ ପାର୍ବତୀପୁର ଠାରେ ବିଜେଡ଼ି ଦଳ ତରଫରୁ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ହରିଜନ ଓ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜେଡି ସାଙ୍ଗଠନିକ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀଙ୍କ ରାଜାନୈତିକ ସଚିବ ଡ଼. ଗୋପବନ୍ଧୁ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଏସ ଧର୍ମରାଜ ରେଡ୍ଡୀଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହେବା ସହ ଦଳୀୟ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ।

ଏହି ମିଶ୍ରଣ ପର୍ବ ପୂର୍ବରୁ ମନ୍ତ୍ରୀ ଶ୍ରୀ ସାରକା, ବବି ଦାସ ସମେତ ଅନ୍ୟ ନେତୃବୃନ୍ଦଙ୍କୁ ଜିଲ୍ଲା ଯୁବ ବିଜେଡି ସଭାପତି ଭାବନିକାନ୍ତ ସାହୁଙ୍କ ନେତୃତ୍ୱରେ ପୁକୁଡ଼ି ବନ୍ଧ ଛକ ଠାରେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯିବା ସହ ୩୦୦ରୁ ଉର୍ଦ୍ଧ୍ବ ବାଇକ୍ ରାଲିରେ ଅତିଥି ମାନଙ୍କୁ ଡୁରା, କରାପଲ୍ଲୀ ଛକ ଦେଇ ସଭାସ୍ଥଳରେ ପହଁଞ୍ଚି ଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ି ସଭାପତି ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜିଲ୍ଲା ବିଜେଡ଼ି ସଭାନେତ୍ରୀ ସଂଘମିତ୍ରା ଦଳାଇ, ବ୍ଲକ୍ ଅଧ୍ୟକ୍ଷା ସିଏଚ ଉଷାରାଣୀ, ୫୪ନଂ ଜିଲ୍ଲା ପରିଷଦ ମଞ୍ଜୁଶ୍ରୀ ଦଳାଇ, ବ୍ଲକ ଯୁବ ସଭାପତି ବିନୋଦ ମହାଙ୍କୁଡ, ଜିଲ୍ଲା ଉପସଭାପତି ଡିଲେଶ୍ୱର ରେଡ୍ଡି, ଗୋପାଳପୁର ନିର୍ବାଚନ ମଣ୍ଡଳୀର ପଯ୍ୟବେକ୍ଷକ ସିଏଚ.ଭରତ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଭବାନୀ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ।

ଅନୁଷ୍ଠିତ ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ କରାପଲ୍ଲୀ ସରପଞ୍ଚ ଏସ.ମେନେକା ରେଡ଼ି, ଗୋପାଳପୁର ଏନ୍ଏସି କଂଗ୍ରେସ ସଭାପତି ଏମ .ଚନ୍ଦ୍ରଶେଖର ରାଓ ବ୍ଲକ ସଭାପତି ସୁନିଲ ସାହୁ, ୫୪ ନଂ ଜୋନ ସଭାପତି ସୁଦର୍ଶନ ମଲାଣ ଓ ୫୫ ନଂ ଜୋନ ରାଜିବ ଗାନ୍ଧି ପଞ୍ଚାୟତରାଜ ସଂଗଠନ ସଭାପତି କେ. ମୋହନ ରେଡ଼ି, ଲୋଚପଡା ଅଞ୍ଚର ସିଏଚ ଭିକି ପାତ୍ର, ବୁଲୁ ପାତ୍ର, କାଳିଆ ପାତ୍ରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିର ମିଶ୍ରଣ ପର୍ବରେ ଯୋଗ ଦେଇଥିବା ବେଳେ ରକ୍ଷା ବିହାରର ଉଗ୍ରସେନ ସାହୁ, ଗୋବିନ୍ଦ ଦିଗାଲ ଦଳରେ ସାମିଲ ହୋଇଥିଲେ।

Comments are closed.