ଗୋପାଳପୁର ମହାବିଦ୍ୟାଳୟ ଆଇଆର୍ ଏଣ୍ଡ ପିଏମ୍ ବିଭାଗ ପକ୍ଷରୁ ସ୍ବାଗତ ସଭା

ଗୋପାଳପୁର: ଗୋପାଳପୁର ମହାବିଦ୍ୟାଳୟ ଆଇ ଆର୍ ଏଣ୍ଡ ପି ଏମ୍ ବିଭାଗ ପକ୍ଷରୁ ପ୍ରଥମବର୍ଷ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ବିପ୍ର ଚରଣ ମହାଙ୍କୁଡ଼ ଯୋଗ ଦେଇ ସମୟାନୁବର୍ତ୍ତି ଓ ଶ୍ରୁଖଳିତ ସହ ପାଠ ପଢା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ।ବିଭାଗୀୟ ମୁଖ୍ୟ ଡ଼ଃ.ପିତାମ୍ବର ବିଷୋୟୀଙ୍କ ସଭାପତିତ୍ବ କରିବା ସହ ସଭା ପରିଚାଳନା କରିଥିଲେ। ଶେଷ ବର୍ଷ ଛାତ୍ରୀ ନିବେଦିତା ପାତ୍ର ସ୍ବାଗତ ଭାଷଣ ଦେଇଥିଲେ।

ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଙ୍କୁ ୨ୟ ଓ ୩ୟ ବର୍ଷର ଛାତ୍ରଛାତ୍ରୀ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ପ୍ରଦାନ ସହ ପରାମର୍ଶ ପ୍ରଦାନ ପ୍ରଦାନ କରିଥିଲେ। ଏହି ଅବସରରେ ଶିକ୍ଷା ବିଭାଗର ମୁଖ୍ୟ ଆଶୁତୋଷ ଷଡ଼ଙ୍ଗୀ, ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଡ଼ଃ.ରାମ ପ୍ରସାଦ ପଣ୍ଡା, ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ଼ଃ.ରାମ ଚନ୍ଦ୍ର ଜେନା, ଆଇ ଆର୍ ଏଣ୍ଡ ପି ଏମର ଅଧ୍ୟାପକ ଦେବୀ ପ୍ରସାଦ ପାଢ଼ୀ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଶୃଙ୍ଖଳା ଜ୍ଞାନ ଆହରଣ କରିବାକୁ କହିଥିଲେ। ଜି.ଗଣେଶ ସହଯୋଗ କରିଥିଲେ। ଶେଷରେ ଶେଷ ବର୍ଷର ଛାତ୍ରୀ ଏସ.ସିରିଶା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.