ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନ୍ତଃ ମହାବିଦ୍ୟାଳୟ ଓଡ଼ିଆ ବତ୍କୃତା ପ୍ରତିଯୋଗିତା

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ହେଉଥିବା ଆନ୍ତଃ ମହାବିଦ୍ୟାଳୟ ବକୃତା ପ୍ରତିଯୋଗିତା ଅବସରରେ ଆଜି ଓଡ଼ିଆ ବତ୍କୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ଅବସରରେ ‘ବିଶ୍ଵବିଦ୍ୟାଳୟ ଶିକ୍ଷାରେ ସଂସ୍କାର ନ ଆସିଲେ ଜାତୀୟ ବିକାଶ ଅସମ୍ଭବ’ ଶୀର୍ଷକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ୧୨ଟି ମହାବିଦ୍ୟାଳୟରୁ ୩୫ ଜଣ ବିଦ୍ୟାର୍ଥୀ ଭାଗ ନେଇଥିଲେ। ଅନୁଷ୍ଠିତ ପ୍ରତିଯୋଗିତାରେ ବିଚାରକ ଭାବେ ଡ଼ଃ.ଦାଶରଥି ଭୂୟାଁ, ଡ଼ଃ. ଦେବୀ ପ୍ରସାଦ ଶତପଥୀ ଓ ଡ଼ଃ. ଦୀପ୍ତି ମୟୀ ମିଶ୍ର ରହିଥିଲେ। ପ୍ରତିଯୋଗିତାରେ ଜୟନ୍ଦ୍ର ବେହେରା ପ୍ରଥମ ହୋଇଥିବା ବେଳେ ରତିକାନ୍ତ ବେହେରା ଦ୍ବିତୀୟ ଓ ରୋଜାଲିନ ପଣ୍ଡା ତୃତୀୟ ଭାବେ ଚୟନ ହୋଇଛନ୍ତି।

Comments are closed.