ବିଶ୍ବ ମୃତ୍ତିକା ଦିବସ ପାଳିତ

ଗୋପାଳପୁର: ଗୋଳନ୍ଥରା ଠାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର (୨) ଓ ଚିକରଡା ଗ୍ରାମଜ୍ଞାନକେନ୍ଦ୍ର ମିଳିତ ସହଯୋଗରେ ଚିକରଡ଼ା ଠାରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସସ୍ମିତା ମହାନ୍ତି, ସ୍ଥାନୀୟ ସରପଞ୍ଚ ଓ ଚାଷୀ ଉତ୍ପାଦନ କେନ୍ଦ୍ରର କର୍ମକର୍ତ୍ତା ସହିତ ମୃତ୍ତିକା ବୈଜ୍ଞାନିକ ଦେବାଶିଷ ଷଡ଼ଙ୍ଗୀ, ଉଦ୍ୟାନ କୃଷି ବୈଜ୍ଞାନିକ ସୁଶ୍ରୀ ଚୌଧୁରୀ, ଶସ୍ୟ ବୈଜ୍ଞାନିକ କବିତା ମିଶ୍ର, ସମ୍ପ୍ରସାରଣ ବୈଜ୍ଞାନିକ ଶଶାଙ୍କ ଲେଙ୍କା ପ୍ରମୁଖ ଯୋଗ ଦେଇ ମୃତ୍ତିକା ଲବଣତ୍ଵକୁ ରୋକିବା, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ମୃତ୍ତିକା ଉତ୍ପାଦନ ଶକ୍ତି ବୃଦ୍ଧି ନିମନ୍ତେ ସଚେତନ ହେବା ପାଇଁ ଚାଷୀ ମାନଙ୍କୁ ଉଦବୋଧନ ଦେଇଥିଲେ।

ସେହିପରି ରୋଗ ପୋକ ବୈଜ୍ଞାନିକ ସନ୍ଦୀପ ମହାନ୍ତି ଚାଷୀ ଭାଇ ମାନଙ୍କୁ ଅତ୍ୟଧିକ ବିଷ ପ୍ରୟୋଗ ନକରି ପରିବେଶ ଓ ମୃତ୍ତିକା ସହିତ ମନୁଷ୍ୟ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ରୋଗ ଓ ପୋକ ପରିଚାଳନା ନିମନ୍ତେ ପରାମର୍ଶ ଦେଇଥିଲେ। ସ୍ଵାମୀନାଥନ୍ ଫାଉଣ୍ଡେସନର ପ୍ରକଳ୍ପ ସଂଯୋଜକ ରବୀନ୍ଦ୍ର ବେହେରା ମାଆ ମାଟିର ସୁରକ୍ଷା ଦେବା ପାଇଁ ଉପଯୁକ୍ତ ଖାଦ୍ୟ ପରିଚାଳନା କରିବା ମାଟିର ତତ୍ତ୍ଵ ସାର ବୃଦ୍ଧି କରିବା ଉତ୍ପାଦନ ବୃଦ୍ଧି କରିବା ଓ ଲବଣତ୍ୱକୁ ନିୟନ୍ତ୍ରଣ କରିବା ପାଇଁ ମୃତ୍ତିକା ଅବକ୍ଷୟ ରୋକିବା ଇତ୍ୟାଦିର ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଥିରେ ୨୦ଜଣ ଚାଷୀଙ୍କୁ ବୈଜ୍ଞାନିକ ମାନଙ୍କ ଦ୍ବାରା ମୃତ୍ତିକା ପରୀକ୍ଷା କାର୍ଡ ବଣ୍ଟନ କରାଯାଇଥିଲା।

Comments are closed.