ସୁନାମୁଦି ଚୋରି ମାମଲାରେ ଜେଲ ଗଲେ ଶ୍ରମିକ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ଗୁଣ୍ଡିଚା ନଗରରେ ଜନୈକ ବ୍ୟକ୍ତି ଘରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକ ଘରୁ ସୁନା ଚୋରି ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି। କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଜଣଙ୍କ ଗୋଷାଣି ନୂଆଗାଁ ଥାନା ଅର୍ନ୍ତଗତ ଗୋଷାଣିନୂଆଗାଁ ର ନାରାୟଣ ଦାସ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଗୁଣ୍ଡିଚା ନଗରର ରାମଚନ୍ଦ୍ର ସାହୁଙ୍କ ଘର କାମ ଚାଲିଥିବାରୁ କିଛି ଶ୍ରମିକ ଆସି ଘରେ କାମ କରୁଥିଲେ। ଗତ ୧୭ ତାରିଖ ଦିନ ତାଙ୍କ ଘରୁ ୭ ଗ୍ରାମ ଓଜନର ଏକ ସୁନାମୁଦି ଚୋରି ହେବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ଅଭିଯୋଗକୁ ଭିତ୍ତି କରି ୩୨୬/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ନାରାୟଣ ସାହୁଙ୍କୁ ଥାନାକୁ ଜୋରା କରିବା ସମୟରେ ସେ ମୁଦି ଚୋରି କରିଥିବା ସ୍ବିକାର କରିବା ସହ ତାଠାରୁ ମୁଦି ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ନାରାୟଣକୁ ଆଜି ପୁଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Comments are closed.