ଟ୍ରାକ୍ଟର ସୋରୁମରୁ ଚୋରି କରିବା ମାମଲାରେ ଦୁଇ କୋର୍ଟ ଚାଲାଣ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ବାଇପାସରେ ଥିବା ଏକ ଟ୍ରାକ୍ଟର ସୋରୁମରୁ ଚୋରି ମାମଲାରେ ପୁଲିସ ଦୂଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଲକ୍ଷ୍ମୀ ନୃସିଂହ ସାହିର ସୁଶିଲ କୁମାର ସାହୁ ଓ ବ୍ରହ୍ମପୁର ଫାଷ୍ଟ ଗେଟର ରକି ପାଣିଗ୍ରାହୀ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଡୁରା ବାଇପାସରେ ଥିବା ଏମ କ୍ରିଷ୍ଣାରାଓଙ୍କ କ୍ରିଷୁ ଟ୍ରାକ୍ଟର ସୋରୁମରୁ ଗତ ୧୭ ତାରିଖରେ ଚାରି ଅଭିଯୁକ୍ତ ଚୋରି କରୁଥିବା ସମୟରେ ସେଠାରେ ନିୟୋଜିତ ରହିଥିବା ସୁରକ୍ଷା କର୍ମୀଙ୍କ ଦ୍ଵାରା ଜଣେ ଚୋର ରକି ପାଣିଗ୍ରାହୀ କାବୁ ହୋଇଥିଲା। ଏହା ନେଇ କ୍ରିଷ୍ଣାଙ୍କ ପକ୍ଷରୁ ୧୮ ତାରିଖରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ଗୋପାଳପୁର ପୁଲିସକୁ ରକିକୁ ପୁଲିସକୁ ହସ୍ତାନ୍ତର କରିଥିଲେ।

ପୁଲିସ ପକ୍ଷରୁ ରକିକୁ ପଚରାଉଚରା ସହ ସୋରୁମରେ ଲାଗିଥିବା ସିସଟିଭି ଯାଞ୍ଚ ସମୟରେ ରକି ଓ ଅନ୍ୟ ୩ ଜଣ ଚୋରି କରୁଥିବା ଜଣାପଡିଥିଲା। ରକିକୁ ପଚରାଉଚରା ସମୟରେ ରକି ସମେତ ସୁଶିଲ ଓ ଅନ୍ୟ ଦୁଇ ଜଣ ଚୋରି କରୁଥିବା ସ୍ବିକାର କରିଥିଲେ ଚୋରି ହୋଇଥିବା ୫ଟି ୧୨ ଭୋଲଟର ବ୍ୟାଟେରୀ ଗଞ୍ଜାମ ଢାବା କଡରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ପୁଲିସ ଉଦ୍ଧାର କରିଥିଲା। ପୁଲିସ ପକ୍ଷରୁ ଘଟଣା ନେଇ ୧୨୬/୨୧ରେ ଏକ ମାମଲା ରୁଜୁ କରିବା ସହ ଆଜି ଉଭୟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଘଟଣାରେ ସାମିଲ ରହିଥିବା ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କ ପୁଲିସ ତୁରନ୍ତ ଗିରଫ କରିବ ବୋଲି ଜଣାପଡିଛି।

Comments are closed.