ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଯୁବ ବୈଜ୍ଞାନିକ ଡଃ.ବିଶ୍ୱଜିତ୍ ପ୍ରଧାନଙ୍କ ବିଦେଶ ଗସ୍ତ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଯୁବ ବୈଜ୍ଞାନିକ ଡଃ.ବିଶ୍ୱଜିତ୍ ପ୍ରଧାନ ଆସନ୍ତା ୩ ବର୍ଷ ପାଇଁ ସାଉଥ କୋରିଆର ସଂଗମାୟୁଙ୍ଗ ବିଶ୍ଵବିଦ୍ୟାଳୟରେ ପୋଷ୍ଟ ଡକ୍ଟରେଟ ଲାଗି ଚଳିତ ମାସ ୨୩ ତାରିଖରେ ସାଉଥ କୋରିଆ ଗସ୍ତ କରିବେ ବୋଲି ଜଣାପଡିଛି। ଡ.ପ୍ରଧାନ ଚଳିତ ବର୍ଷ ଜୁଲାଇ ୩୧ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ପିଏଚଡି ଡ଼ିଗ୍ରୀ ହାସଲ କରିଥିଲେ। ଓଡ଼ିଶା ଓ ଆନ୍ଧ୍ର ଉପକୂଳର ସାମୁଦ୍ରିକ ଶୈବାଳ (ସିଉଳି)ର ବିବିଧତା ଏବଂ ଔଷଧୀୟ ଗୁଣ ଉପରେ ପ୍ରାୟ ୭ ବର୍ଷ ଧରି ଏମଫିଲ ଓ ପିଏଚଡି ବିଭାଗର ଡ.ମୃତ୍ୟୁଞ୍ଜୟ ଜେନାଙ୍କ ଅଧୀନରେ ଗବେଷଣା କରିଥିଲେ।

ଶୈବାଳରୁ ମୁଖ କର୍କଟ ରୋଗର ନିବାରଣ ଶକ୍ତି ବିଷୟରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ ଉପାଧି ହାସଲ କରିଥିଲେ। ତାଙ୍କ ଦ୍ବାରା ପ୍ରସ୍ତୁତ ପିଏଚଡି ଗବେଷଣା ସନ୍ଧର୍ଭ ଜାତୀୟ ଓ ଅର୍ନ୍ତଜାତୀୟ ପତ୍ରିକାରେ ଦେଶ ଓ ବିଦେଶରେ ପ୍ରକାଶିତ ହୋଇ ପ୍ରଶଂସିତ ହୋଇଛନ୍ତି। ସାଉଥ କୋରିଆରେ ସାମୁଦ୍ରିକ ଶୈବାଳର ଔଷଧୀୟ ଉପକାରିତା ବିଷୟରେ ଉନ୍ନତମାନର ଗବେଷଣା ପ୍ରଫେସର ଯାଙ୍ଗ ସିୟୁ କିଙ୍କ ଅଧୀନରେ ଗବେଷଣା କରିବେ ବୋଲି ଡ଼ ପ୍ରଧାନ ପ୍ରକାଶ କରିଛନ୍ତି। ତାଙ୍କର କୃତିତ୍ୱକୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି, କୁଳସଚିବ ପ୍ରଦୀପ କୁମାର ମିଶ୍ର ,ବିଭାଗୀୟ ମୁଖ୍ୟ, ଗାଇଡ ଡ.ମୃତ୍ୟୁଞ୍ଜୟ ଜେନା, ଗବେଷକ ଓ ପରିବାର ପକ୍ଷରୁ ଭବିଷ୍ୟତ ଉଜ୍ଜଳ କାମନା କରିଛନ୍ତି।

ଏହି ଅବସରରେ ଡ଼ ପ୍ରଧାନ କହିଥିଲେ ଯେ ‘ଆଲକାହଲ ଟକସିନ ହ୍ୟୁମାନ ଡିଜିଶିସ’ ଉପରେ ୩ ବର୍ଷ ପାଇଁ ମୁଖ କର୍କଟ ରୋଗ ଏବଂ ବିଭିନ୍ନ କର୍କଟ ରୋଗ ପାଇଁ ସାମୁଦ୍ରିକ ସୈବାଳରୁ ପ୍ରତିରୋଧକ ଔଷଧ ଓ ଜ୍ଞାନ କୌଶଳ ପାଇଁ ଗସ୍ତ କରୁଥିବା କହିଛନ୍ତି।ଏଠାରେ ଗବେଷଣା କରି ମୁଖ କର୍କଟ ରୋଗ ପାଇଁ ଏଣ୍ଟେରୋମର୍ଫା କମ୍ପ୍ରେସାରେ ଔଷଧୀୟ ଗୁଣ ରହିଥିବା ପତ୍ରିକାରେ ପ୍ରକାଶିତ ହୋଇଥିବା କହିଛନ୍ତି। ଆଗମୀ ଦିନରେ ବିଭିନ୍ନ କର୍କଟ ରୋଗର ପ୍ରତିକାର ପାଇଁ ଗବେଷଣା କରି ରୋଗୀଙ୍କୁ ବାଞ୍ଚାଇବେ ବୋଲି କହିଥିଲେ। ଗସ୍ତ ପୂର୍ବରୁ କୁଳପତି ଓ କୁଳ ସଚିବ ଓ ଗାଇଡଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଏ ନେଇ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣିଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ ଚଳିତ ବର୍ଷ ରସାୟନ ବିଜ୍ଞାନ ବିଭାଗର ଜଣେ ଗବେଷିକା ଆମେରିକା ଗବେଷଣା ପାଇଁ ଯାଇଥିଲେ ପୁଣି ଚଳିତ ମାସରେ ଉଦ୍ଭିଦ ବିଜ୍ଞାନର ଗବେଷକ ସାଉଥ କୋରିଆ ଗସ୍ତ କରୁଥିବାରୁ ବିଶ୍ଵବିଦ୍ୟାଳୟ ଓ ବିଭାଗ ଗର୍ବିତ ହେବା ସହ ତାଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଛନ୍ତି।

ଗାଇଡ କହିଥିଲେ ଯେ ଡ଼ ପ୍ରଧାନ ତାଙ୍କ ପରିଶ୍ରମ ର ଫଳ ପାଇଛନ୍ତି। ଆଗମୀ ଦିନରେ ବିଭାଗ ପକ୍ଷରୁ ବହୁ ଛାତ୍ରଛାତ୍ରୀ କିଭଳି ବିଦେଶ ଗସ୍ତ କରିବେ ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ବୈଜ୍ଞାନିକ ବିଶ୍ଵବିଦ୍ୟାଳୟ କତୃପକ୍ଷ, ବିଭାଗର ସମସ୍ତ କର୍ମଚାରୀ, ସାଙ୍ଗସାଥି, ପିତା କୌରବ ଚନ୍ଦ୍ର ପ୍ରଧାନ, ମାତା ସୌଭାଗିନି ପ୍ରଧାନ ପ୍ରମୁଖଙ୍କୁ ଶ୍ରେୟ ଜଣାଇଛନ୍ତି।

Comments are closed.