ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗରେ ଜାତୀୟ ପ୍ରେସ୍ ଦିବସ ପାଳିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପି.ଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରାଜିବ ଲୋଚନ ମିଶ୍ର, ବାବୁ ପଟ୍ଟନାୟକ ଓ ଅନିଲ କୁମାର ପଟ୍ଟନାୟକ, ସାମ୍ବାଦିକ ଓ ଗଣ ଯୋଗାଯୋଗର ବିଭାଗୀୟ ମୁଖ୍ୟ ଡ଼ଃ. ବନ୍ଦିତା ପଣ୍ଡା ,ଅଧ୍ୟାପିକା ଅଗ୍ନି କୁମାର ବେହେରା, କମୋଲିକା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବଡ଼ମାନଙ୍କୁ ସମ୍ମାନ ଦେବା ସହ ନୂତନ ଯୁବ ପିଢିମାନେ ଯଦି ସତ୍ୟ ଖବର ଉପରେ ଗୁରୁତ୍ଵ ଦେଇ ସଠିକ୍ ଖବର ପଚାର ପ୍ରସାର କରନ୍ତି ତେବେ ଭବିଷ୍ୟତରେ ଜଣେ ଦକ୍ଷ ସାମ୍ବାଦିକ ରୂପେ ନିଜର ପରିଚୟ ସୃଷ୍ଟି କରିପାରିବେ ବୋଲି ଅତିଥି ମାନେ କହିଥିଲେ।। ସ୍ବାଗତ ଭାଷଣ ବିଭାଗୀୟ ବିଦ୍ୟାର୍ଥୀ ଅବିର୍ଭୁତା ସ୍ୱାଇଁ, ସୁଭାଷିନୀ ସ୍ୱାଇଁ ପ୍ରଦାନ କରିଥିବା ବେଳେ ଶେଷରେ ସତ୍ୟ ନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.