ଜୋନସ୍ତରୀୟ ଯୁବ ଓ ଛାତ୍ର ସଂଗଠନ ବୈଠକ

ଗୋପାଳପୁର: ରଙ୍ଗେଇଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଅନ୍ତରବାଟିଆ ବାତ୍ୟା ଆଶ୍ରୟୀସ୍ଥଳୀ ଠାରେ ଆଜି ୫୫ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଶଶୀଭୂଷଣ ମହାନ୍ତିଙ୍କ ସଭାପତିତ୍ବରେ ଜୋନସ୍ତରୀୟ ଯୁବ ଓ ଛାତ୍ର ସଂଗଠନ ବୈଠକ ଅନୁୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯାଜପୁର ବିଧାୟକ ପ୍ରଣବ କୁମାର ଦାସ ଆଭାସି ମାଧ୍ୟମରେ କାର୍ଯକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ଼ଃ ଗୋପବନ୍ଧୁ ଦାସ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାସ, ବ୍ଲକ ଯୁବ ସଭାପତି ବିନୋଦ ମହାଙ୍କୁଡ, ୫୪ନଂ ଜିଲ୍ଲାପରିଷଦ ମଞ୍ଜୁଶ୍ରୀ ଦଳାଇ, ଜିଲ୍ଲା ଉପସଭାପତି ଡିଲେଶ୍ୱର ରେଡ୍ଡି, ଗୋପାଳପୁର ନିର୍ବାଚନ ମଣ୍ଡଳୀର ପଯ୍ୟବେକ୍ଷକ ସି.ଏଚ.ଭରତ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଭବାନୀକାନ୍ତ ସାହୁ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜିଲ୍ଲା ବିଜେଡ଼ି ମହିଳା ସଭାପତି ସଂଘମିତ୍ରା ଦଳାଇ, ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ମିଲେନ୍ଦ୍ର ପ୍ରଧାନ, ବ୍ଲକ୍ ମହିଳା ବିଜେଡ଼ି ସଭାପତି ପି. କମଳା ରେଡ୍ଡି, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର କୋଠିଆ, ଅନୁଜ କୁମାର ନାୟକ, ଉପ ସଭାପତି ଏସ.ରାମ ରାଓ ପ୍ରମୁଖ ମଞ୍ଚାସିନ ଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ବିଜୁ ଜନତା ଦଳର ଯୁବ ଓ ଛାତ୍ର ସଂଘଠନକୁ ସୃଦୁଡ଼ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବି. ଚାନ୍ଦ୍ରୟା ରେଡ୍ଡୀ, ସମିିତି ସଭ୍ୟା ଭାରତୀ ଦାସ, ରାମହରି ଦାସ, ଶରତ ମହାଙ୍କୁୁଡ, ଯୁବା ପଣ୍ଡା, ଅଞ୍ଜନୟ ପାଢ଼ୀ, ଆଲୋକ ସେଠି, ଆକାଶ ସାହୁ, ଅସିତ୍ ମହାପାତ୍ର, ଆର୍.ହିମାଂଶୁ ପ୍ରସାଦ ରାଓ, ଜୟସେେନ ସାହୁଙ୍କ ସମେତ ଜୋନର ୯ଟି ପଞ୍ଚାୟତର ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ।

Comments are closed.