ଭଉଣୀ ଜନ୍ମଦିନରେ ସଡକ ଦୁର୍ଘଟଣାରେରେ ଭାଇର ମୃତ୍ୟୁ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଗୋପାଳପୁର କଲେଜ ରାସ୍ତାରେ ଗୁରୁବାର ମଧ୍ୟରାତ୍ରରେ କାର ରାସ୍ତା କଡ଼ରେ ଥିବା ଡିଭାଇଡରରେ ବାଜି ଦୁର୍ଘଟଣା ଗ୍ରସ୍ତ ହେବାରୁ କାର ଚାଳକ ତଥା ଗୋପାଳପୁରର ହୋଟଲ କଳିଙ୍ଗର ମାଲିକଙ୍କ ବିଶାଖାପାଟଣା ମେଡିକାଲ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ହୋଟଲ କଳିଙ୍ଗର ମାଲିକ ମହମ୍ମଦ ଅସଦ(୨୪) ବୋଲି ପୁଲିସ ସୂଚନା ଦେଇଛି। ଗୁରୁବାର ରାତି ପ୍ରାୟ ୧୨ ଟା ୩୦ ବେଳେ ଅସଦ ନିଜର ଏକ ସାଙ୍ଗଙ୍କ କାର ( ଓଆର ୦୨ ବିଇ ୯୩୬୯) ନେଇ ଗୋପାଳପୁରରୁ ବ୍ରହ୍ମପୁର ନିଜର ଭଉଣୀକୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ନିମନ୍ତେ ଯାଉଥିବା ସମୟରେ ଗୋପାଳପୁର କଲେଜ ରୋଡ ଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଡିଭାଇଡର ମାଡ ହୋଇ ରାସ୍ତା କଡ଼ରେ ଥିବା ସିମାଦ୍ରୀ ବେହେରାଙ୍କ ପାଚେରୀରେ ବାଡ଼େଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ଅସଦ କାରରୁ ଛିଟିକି ପ୍ରାୟ ୨୦ ଫୁଟ ଦୂରରେ ପଡିଥିବା ସହ କାରଟି ଚୁରମାର ହୋଇଯାଇଥିଲ।

ଦୁର୍ଘଟଣା ପରେ ପରିବାର ଲୋକେ ପ୍ରଥମେ ଆହାତ ଅସଦକୁ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ, ପରେ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରିଥିଲେ। ବିଶାଖାପାଟଣାରେ ପହଞ୍ଚି ମେଡିକାଲରେ ଭର୍ତ୍ତି କରିବା ସମୟରେ ଅସଦଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତଦେହ ଗୋପାଳପୁରରେ ପହଞ୍ଚିଥିବା ପରେ ଗୋପାଳପୁର ପୁଲିସ ଶବକୁ ଜବତ କରିବା ସହ ବ୍ରହ୍ମପୁର ବଡ ମେଡିକାଲରେ ଶବ ବ୍ୟବଚ୍ଛେଦ ପୂର୍ବକ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଘଟଣା ନେଇ ପୁଲିସ ୧୬୩/୨୧ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିବା ଆଇଆଇସି ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି। ମୃତକ ଅସଦଙ୍କ ମରଶରୀରକୁ ଶୋକାକୁଳ ପରିବେଶ ମଧ୍ୟରେ ବ୍ରହ୍ମପୁର ସ୍ଥିତ ଶଶ୍ମାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Comments are closed.