ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ସିନେଟ୍ ହଲଠାରେ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା। କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣିଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୁଳସଚିବ ପ୍ରଦୀପ କୁମାର ମିଶ୍ର, ସମୂହ ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦେଶିକା ପ୍ରଫେସର୍ ଅରୁନ୍ଧତୀ ରଥ ମଞ୍ଚlସିନ ଥିଲେ। କୋଭିଡ୍ ଲାଗି ୨୦୨୦ ମସିହା ମାର୍ଚ୍ଚ ମାସ ଠାରୁ ୨୦୨୧ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା କରାଯାଇ ନଥିବା ବେଳେ ସମସ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୧ ଶିକ୍ଷକ ଓ ୩୬ ଅଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅବସରପ୍ରାପ୍ତ କର୍ମଚାରୀ ଲକ୍ଷ୍ମୀ ଚରଣ ପାଣିଗ୍ରାହୀ, ଏ. ପାପା ରାଓ, ସୋମନାଥ ବେହେରା, ବିଜୟ କୁମାର କୋଠଦଳେଇ, ବସନ୍ତ କୁମାର ଦାଶ, ରାଜେନ୍ଦ୍ର ପ୍ରସାଦ ଦାଶ, ଏଲ .ପ୍ରହଲ୍ଲାଦ ଦାସ, ଜି. ଲାଛେୟା, ସୁଧାକର ପାତ୍ର, ପି.ସତ୍ୟମ, ସରୋଜ କୁମାର ପଣ୍ଡା, ବିଜୟ କୁମାର ପାଣିଗ୍ରାହୀ, ଦିଲ୍ଲୀପ କୁମାର ନାଥ, ପୁଷ୍ପାଞ୍ଜଳି ପାଢ଼ୀ, ନମିତା ଗନ୍ତାୟତ, ଶରତ କୁମାର ଶତପଥୀ ପ୍ରମୁଖଙ୍କୁ ଉପଢ଼ୋକନ, ମାନପତ୍ର ଓ ନାରିକେଳ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

ଏହି ଅବସରରେ କୁଳପତି ବିଶ୍ଵବିଦ୍ୟାଳୟ ପ୍ରଗତିର ଭୂମିକାକୁ ପ୍ରଶଂସା କରିଥିଲେ। ଅବଶିଷ୍ଟ ଜୀବନ ସୁଖମୟ ଓ ଆରୋଗ୍ୟ କାମନା କରିଥିଲେ। ଏହି ଅବସରରେ ଅବସର ପ୍ରାପ୍ତ ପ୍ରଫେସର ଗୀତାଞ୍ଜଳୀ ମିଶ୍ର, ପ୍ରଫେସର୍ ଭାଗିରଥି ପାଣିଗ୍ରାହି, ଡ. ସଂଧ୍ୟା ରାଣୀ ଦାଶ, ଡ. ବାମାକାନ୍ତ ଗଡ଼ନାୟକ, ଡ.ଅନିଲ କୁମାର ମିଶ୍ର ପ୍ରମୁଖ ନିଜ ନିଜ କାର୍ଯ୍ୟକାଳ ସମୟର ବିଶ୍ଵବିଦ୍ୟାଳୟ ଦେଇଥିବା ଦାୟିତ୍ବ କିଭଳି ସୁଚାରୁ ରୂପେ ତୁଲାଇଥିଲେ ସେ ନେଇ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ସହ କୁଳସଚିବ ଡଃ.ସରୋଜ କୁମାର ଦାଶ ପରିଚାଳନା କରିଥିଲେ। ଉପ କୁଳସଚିବ ଡ଼ଃ.ବାବୁଜୀ ସାମଲ, ଏ. ସୁରୀୟା ପ୍ରକାଶ, ବିତ୍ତ ନିୟନ୍ତ୍ରକ ତୁଷାର କାନ୍ତି ଖଟୁଆ, ନିରାପତ୍ତା ଅଧିକାରୀ ରବିନ୍ଦ୍ର କୁମାର ମଲ୍ଲିକ, ଡ଼ଃ. ଶଙ୍କର ମାଝୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଡ଼ଃ.ମିହିର କୁମାର ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ବହୁ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.